ଭୁବନେଶ୍ୱର: ଦିବ୍ୟଶଙ୍କରଙ୍କ କଥା ଦୋହରାଇଲେ ବିଜେଡି ନେତା ଦେବେଶ ଆଚାର୍ଯ୍ୟ । କଳିକେଶ ନାରାୟଣ ସିଂହଦେଓଙ୍କୁ ବିଜେଡି ନେତୃତ୍ୱ ଦେବାକୁ ଦାବି କଲେ । ସାଧାରଣ ସଭାରେ ଦାବି କରି ବିଜେଡି ନେତା ଦେବେଶ ଆଚାର୍ଯ୍ୟ କହିଛନ୍ତି, କ୍ରୀଡାଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ଦକ୍ଷତା ରହିଛି । କଳିକେଶଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ଅଛି । ପଶ୍ଚିମ ଓଡିଶାବାସୀ ମଧ୍ୟ ଏହି ଆଶା ରଖିଥିବା କହିଛନ୍ତି ଦେବେଶ । ସୂଚନାଥାଉକି, ଗତକାଲି କଳିକେଶଙ୍କୁ ବିଜେଡି ରାଜ୍ୟ ନେତୃତ୍ୱ ମିଳୁ କହିଥିଲେ ଦିବ୍ୟଶଙ୍କର ମିଶ୍ର ।










