14.1 C
Bhubaneswar
Saturday, January 17, 2026
Homeଓଡିଶାକ୍ରିକେଟ ମ୍ୟାଚ ବେଳେ ଫ୍ଲଡ଼ ଲାଇଟ ବିଭ୍ରାଟ ଘଟଣା; ନୈତିକତା ଦୃଷ୍ଟିରୁ କ୍ରୀଡାମନ୍ତ୍ରୀ ଇସ୍ତଫା ଦିଅନ୍ତୁ:...

କ୍ରିକେଟ ମ୍ୟାଚ ବେଳେ ଫ୍ଲଡ଼ ଲାଇଟ ବିଭ୍ରାଟ ଘଟଣା; ନୈତିକତା ଦୃଷ୍ଟିରୁ କ୍ରୀଡାମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବିଜେଡି

? ଫ୍ଲଡ଼ ଲାଇଟ ବିଭ୍ରାଟ ଘଟଣା ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ନିନ୍ଦିତ କରିଛି
? ବିଭ୍ରାଟ ପାଇଁ କେବଳ ଓସିଏ ନୁହେଁ, ରାଜ୍ୟ ସରକାର ମଧ୍ୟ ଦାୟୀ
? ଗତ ୮ ମାସରେ ରାଜ୍ୟରେ କ୍ରୀଡାର ବିକାଶ ଶୂନ

ଭୁବନେଶ୍ୱର: ଗତକାଲି କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ କ୍ରିକେଟ ମ୍ୟାଚ ବେଳେ ଯେଉଁଭଳି ଭାବେ ଫ୍ଲଡ଼ ଲାଇଟରେ ବିଭ୍ରାଟ ଦେଖା ଦେଇଥିଲା, ଯେଉଁଥିପାଇଁ ପ୍ରାୟ ୩୦ ମିନିଟ କାଳ ଖେଳ ବନ୍ଦ ରହିଥିଲା ତାହା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ସମ୍ମୁଖରେ ଓଡିଶାକୁ ଲଜ୍ଜିତ କରିଛି ବୋଲି ବିଜୁ ଜନତା ଦଳ କହିବା ସହିତ ରାଜ୍ୟର କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ପ୍ରାୟ ୬ ବର୍ଷର ବ୍ୟବଧାନ ପରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଓଡିଶାକୁ ମିଳିଥିଲା। ଏହି କ୍ରିକେଟ ଖେଳକୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀ ମହଲରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା। ଏହି ଆନ୍ତର୍ଜାତୀୟ ମ୍ୟାଚକୁ ସଫଳତା ସହ ଆୟୋଜନ କରିବା ପାଇଁ ଓଡିଶା କ୍ରିକେଟ ଆସୋସିଏସନ ଓ ରାଜ୍ୟ ସରକାରଙ୍କ ଗୁରୁ ଦାୟିତ୍ୱ ରହିଥିଲା। ଏଥିପାଇଁ ପ୍ରଶାସନିକ ସ୍ତରରେ ବାରମ୍ୱାର ସମୀକ୍ଷା ବୈଠକ ହୋଇଥିଲା। ରାଜ୍ୟର କ୍ରୀଡାମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ସମୀକ୍ଷା ବୈଠକରେ ଭାଗ ନେବା ସହିତ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ସ୍ଥିତି ଓ ପ୍ରସ୍ତୁତିର ତଦାରଖ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଏକ ସମୀକ୍ଷା କରିଥିଲେ। ଏତେ ସବୁ ପ୍ରସ୍ତୁତି ଓ ପ୍ରତିଶ୍ରୁତି ପରେ, ଫ୍ଲଡ଼ ଲାଇଟ ବିଭ୍ରାଟ ଘଟିବା ଯୋଗୁଁ ସମସ୍ତ ଆୟୋଜନ ଫସର ଫାଟିଯାଇଛି। ବିଦ୍ୟୁତ୍ ବିଭାଗର ଇଞ୍ଜିନିୟର ସେଠାରେ କ’ଣ ପାଇଁ ଉପସ୍ଥିତ ନଥେି ଲ ଏବଂ ଫ୍ଲଡ ଲାଇଟ୍ ଓ ଜେନେରେଟର ବିଦ୍ୟୁତ ଯୋଗାଣ ବାବଦରେ ବିଦ୍ୟୁତ ବିଭାଗର କୌଣସି ଯନ୍ତ୍ରୀ ଏହି ବିଦ୍ୟୁତ୍ ଯୋଗାଣକୁ ସ୍ୱୀକୃତି ପ୍ରଦାନ କରିଥିଲେ କି ? ଏହି ଘଟଣା ଯୋଗୁଁ ଓଡିଶା ବିଶ୍ୱର କ୍ରୀଡା ପ୍ରେମୀଙ୍କ ଆଗରେ ନିନ୍ଦିତ ହୋଇଛି। ଦେଶର ଜଣାଶୁଣା କ୍ରୀଡା ସାମ୍ୱାଦିକ ଶ୍ରୀ ବୋରିଆ ମଜୁମଦାର ଏକ୍ସ ର ଏକ ପୋଷ୍ଟରେ ଅତୀତରେ ପାକିସ୍ତାନରେ ଫ୍ଲଡ଼ ଲାଇଟ ବିଭ୍ରାଟ କଥା ସାମ୍ନାକୁ ଆସିଛି। ଏବେ କଟକର ନାଁ ତା ସହିତ ଯୋଡ଼ା ହୋଇଛି ବୋଲି ସେ ଲେଖିଛନ୍ତି।

ଏହି ଘଟଣା ଓଡିଶାକୁ ନିନ୍ଦିତ କରିଥିବା ବେଳେ ଓସିଏକୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି କ୍ରୀଡାମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ। କାରଣ, ସମୀକ୍ଷା ଉପରେ ସମୀକ୍ଷା ବୈଠକ କରି ଏହି କ୍ରିକେଟ ଆୟୋଜନର ସଫଳତା ପାଇଁ ବାହାଦୁରି ନେବା ପାଇଁ ଚେଷ୍ଟା କରୁଥିବା ରାଜ୍ୟ ସରକାର ଏଥତ୍ପ ।ଇଁ ସମ୍ପୂର୍ଣ୍ଣ ଦାୟୀ ନୁହେଁ କାହିଁକି ? ନିକଟରେ, ରାଉରକେଲାରେ ହକି ଲିଗ୍‌ର ଫାଇନାଲ ମ୍ୟାଚ ବେଳେ ଆୟୋଜନର ଅବ୍ୟବସ୍ଥା କାରଣରୁ ଦଳାଚକଟା ପରିସ୍ଥିତି ହୋଇଥିଲା। ସେହିପରି, କ୍ରୀଡାମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଗାଡି କଳିଙ୍ଗ ଷ୍ଟାଡିୟମର ଟ୍ରାକରେ ଚଢାଇବା ଘଟଣା କ୍ରୀଡ଼ାପ୍ରେମୀଙ୍କୁ ଆଘାତ ଦେଇଥିଲା। ଗତ ୮ ମାସରେ କ୍ରୀଡାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅବଦାନ ଶୂନ ହୋଇଥିବା ବେଳେ, ବହି ଯାଉଥିବା ଝରଣାରେ ହାତ ଧୋଇବା ପରି, ଆୟୋଜିତ ହେଉଥିବା କ୍ରୀଡା କାର୍ଯ୍ୟକ୍ରମରେ କେବଳ ନିଜର ଉପସ୍ଥିତି ଜାହିର କରି, ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି। ତେଣୁ, କ୍ରିକେଟ ଆୟୋଜନ ବେଳେ ଫ୍ଲଡ଼ ଲାଇଟ ବିଭ୍ରାଟର ବିଫଳତାକୁ ରାଜ୍ୟ ସରକାର ମୁଣ୍ଡକୁ ନିଅନ୍ତୁ ଓ କ୍ରୀଡାମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ଏହି ବିଫଳତା ପାଇଁ ନୈତିକତା ଦୃଷ୍ଟିରୁ ନିଜର ଇସ୍ତଫା ପ୍ରଦାନ କରନ୍ତୁ ବୋଲି ବିଜୁ ଜନତା ଦଳ ତରଫରୁ ଦାବି କରୁଛୁ ବୋଲି ଡ଼ ଲେନିନ ମହାନ୍ତି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking