ଭୁବନେଶ୍ୱର : ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି । ଓବିସି ଅଧ୍ୟକ୍ଷଙ୍କୁ ଭେଟିଲେ ବିଜେଡିର ୧୩ ଜଣିଆ ପ୍ରତିନିଧି ଦଳ । ସାରା ଦେଶରେ ୫୨ ପ୍ରତିଶତ ଲୋକ ହେଉଛନ୍ତି ପଛୁଆ ବର୍ଗ । ସେଥିମଧ୍ୟରୁ ୨୭ ପ୍ରତିଶତ ପଛୁଆବର୍ଗ ସଂରକ୍ଷଣ । ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଯଥେଷ୍ଟ ହେଉନାହିଁ । ଓବିସିଙ୍କ ବିକାଶ ପାଇଁ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଆବଶ୍ୟକ । ପଛୁଆବର୍ଗ ସାମାଜିକ , ଅର୍ଥନୈତିକ କ୍ଷେତ୍ରରେ ବିକାଶରେ ସହାୟକ ହେବ ।