16.1 C
Bhubaneswar
Sunday, December 7, 2025
Homeଓଡିଶାକୁକୁର କାମୁଡ଼ାରେ ୩ ଜଣଙ୍କ ମୃତ୍ୟୁରେ ପ୍ରଶାସନର ନିରବତାକୁ ବିଜେଡିର ସମାଲୋଚନା

କୁକୁର କାମୁଡ଼ାରେ ୩ ଜଣଙ୍କ ମୃତ୍ୟୁରେ ପ୍ରଶାସନର ନିରବତାକୁ ବିଜେଡିର ସମାଲୋଚନା

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଚିଞ୍ଚେଡ଼ ଗ୍ରାମର ୩ ଜଣ ଲୋକଙ୍କୁ ବୁଲା କୁକୁର କାମୁଡ଼ି ଜୀବନରୁ ମାରିଦେଇଥିଲା ବେଳେ, ଗୁରୁତର ଆହତ ହୋଇଥିବା ୬ ଜଣଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭିମ୍ସାରକୁ ସ୍ଥାନାନ୍ତର କରାଯାଇଛି । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ, ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜି ବସିଛି । ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପିଏସି ସଦସ୍ୟା ଶ୍ରୀମତୀ ଟୁକୁନି ସାହୁ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଜିଲ୍ଲା ପ୍ରଶାସନର ନିରବତାକୁ ତୀବ୍ର ସମାଲୋଚନା କରିଛନ୍ତି । ସରକାର ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ସହ ଆହତ ମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ ବୋଲି ଶ୍ରୀମତୀ ସାହୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking