34.1 C
Bhubaneswar
Thursday, March 26, 2026
Homeଓଡିଶାଅପରାଧ ବୃଦ୍ଧି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହାସ୍ୟାସ୍ପଦ: ବିଜେଡି

ଅପରାଧ ବୃଦ୍ଧି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହାସ୍ୟାସ୍ପଦ: ବିଜେଡି

ପୂର୍ବବର୍ଷ ତୁଳନାରେ ୭.୩ ପ୍ରତିଶତ ଅପରାଧ ବୃଦ୍ଧି
ରାଜ୍ୟରେ ପ୍ରତିଦିନ ୮ ଦୁଷ୍କର୍ମ ଓ ୪ ହତ୍ୟା
ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡିକ ଅସୁରକ୍ଷିତ

ଭୁବନେଶ୍ୱର: ରାଜ୍ୟରେ ଘଟୁଥିବା ଅପରାଧ ଉପରେ ଗତକାଲି ବିଧାନସଭାରେ ଶ୍ୱେତପତ୍ର ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଅପରାଧ ପ୍ରେମ ଶେଷ ବୋଲି ସାମାଜିକ ଗଣମାଧ୍ୟମରେ ଦେଇଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ଅପରାଧ ଶ୍ୱେତପତ୍ର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ, ପୂର୍ବ ସରକାରଙ୍କ ଅପରାଧ ପ୍ରେମ ଶେଷ ବୋଲି ଦେଇଥିବା ଟିପ୍ପଣୀ କେବଳ ଭ୍ରମ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି ଆଜିର ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀରୁ ପୂର୍ବ ସରକାରଙ୍କ ସମୟରେ ଘଟିଥିବା ଅପରାଧ ତୁଳନାରେ ବିଜେପି ସରକାରଙ୍କ ସମୟରେ ଅପରାଧ କମିଛି ବୋଲି ଧାରଣା ସୃଷ୍ଟି ହୋଇଥିଲା । କିନ୍ତୁ, ଗଣମାଧ୍ୟମରେ ପ୍ରକାଶିତ ସମ୍ପୂର୍ଣ୍ଣ ରିପୋର୍ଟରୁ ଅପରାଧ କମିବା ପରିବର୍ତ୍ତେ ବଢିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଦାବି ମାତ୍ର ବାର ଘଣ୍ଟା ତିଷ୍ଠି ପାରିନାହିଁ ।

ରାଜ୍ୟ ସରକାର ପ୍ରକାଶ କରିଥିବା ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ ପୂର୍ବ ବର୍ଷ ତୁଳନାରେ ଅପରାଧ ୭.୩ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୪ ମସିହାରେ ସମୁଦାୟ ୨,୧୪,୧୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୫ ରେ ଅପରାଧ ମାମଲା ସଂଖ୍ୟା ୨,୨୯,୮୮୧କୁ ବୃଦ୍ଧି ପାଉଛି । ରାଜ୍ୟରେ ପ୍ରତିଦିନ ୮ଟି ଦୁଷ୍କର୍ମ ଓ ୪ଟି ହତ୍ୟାକାଣ୍ଡ ଘଟୁଛି । ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ଦୁଷ୍କର୍ମ ସ୍ଥଳୀ ପାଲଟିଛି । ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀ ଗୁଡିକୁ ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ରାଜ୍ୟ ଦେଶ ବିଦେଶରେ ଲଜ୍ଜିତ ଓ ନିନ୍ଦିତ ହେଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ପୂର୍ବ ସରକାରଙ୍କ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ଆଜି ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଯୋଗୁ ଭଣ୍ଡୁର ହୋଇ ଯାଇଛି । ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା ପରିବର୍ତ୍ତେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ କେବଳ ପୂର୍ବ ସରକାରଙ୍କ ଉପରକୁ ଅଙ୍ଗୁଳି ନିଦେ୍ର୍ଦଶ କରିବାରେ ସୀମିତ ରହିଛି, ଯାହାକୁ ରାଜ୍ୟବାସୀ କେବେବି ଗ୍ରହଣ କରିବେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking