-ଆଉ କେତେଜଣ ଜଳିଲେ ଚେତିବେ ଡବଲ ଇଞ୍ଜିନ ସରକାର
– ପୋଲିସ ଏତଲା ଗ୍ରହଣ ନ କରିବା ବିଜେପି ସରକାରରେ ସ୍ୱାଭାବିକ
– ଗୃହ ବିଭାଗ ଅସୁସ୍ଥ, ମୁଖ୍ୟମନ୍ତ୍ରୀ ଅସହାୟ
ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ଘଟଣା, ବଳଙ୍ଗା ନାବାଳିକାଙ୍କୁ ପୋଡ଼ି ମାରିଦେବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ, ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡ଼ା ପଞ୍ଚାୟତରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ କିରୋସିନ ଢାଳି ହୋଇ ଆତ୍ମାହୂତି ଦେବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଛି । ଘଟଣାରେ ସରକାରଙ୍କ ନିଷ୍କି୍ରୟତା ଓ ପୋଲିସ୍ ବିଭାଗର ଦାୟିତ୍ୱହୀନତାକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ମୁଖପାତ୍ର ଶ୍ରୀମତୀ ଇପ୍ସୀତା ସାହୁ ଓ ସୋଫିଆ ଆଲାମ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ପୋଲିସ୍ର ନିଷ୍କି୍ରୟତା ଓ ଦୁର୍ବଳ ଶାସନ ପାଇଁ ପୁଣି ଜଣେ ଛାତ୍ରୀଙ୍କୁ ମୃତୁ୍ୟ ମୁଖକୁ ଠେଲି ଦେଇଛି ବିଜେପି ସରକାର । ଆଉ କେତେ ଜଣ ଜଳିଲେ, ଏ ସରକାର ଚେତିବେ ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେପି ସରକାରକୁ ଆସିବା ପରେ ଶାନ୍ତିପି୍ରୟ ଓଡ଼ିଶାରେ ନାରୀ ନିର୍ଯାତନା ଘଟଣା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ପୀଡ଼ିତା ଛାତ୍ରୀ ଜନୈକ ଯୁବକଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଲା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗକୁ ପୋଲିସ୍ ଗ୍ରହଣ ନ କରି, ଯେଉଁ ନମ୍ବରରୁ ତୁମକୁ ଫୋନ୍ କଲ୍ କିମ୍ବା ମେସେଜ୍ ଆସୁଛି, ସେ ନମ୍ବରକୁ ବ୍ଲକ କରି ନିରାପଦରେ ରହିବା ପାଇଁ ପରାମର୍ଶ ଦେଇଥିଲେ, ଏହା ପୋଲିସ୍ର କର୍ତ୍ତବ୍ୟ ପାଳନରେ ଚରମ ଅବହେଳା ନୁହେଁ କି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ ।
ଆମର ପ୍ରଶ୍ନ ମୁଖ୍ୟମନ୍ତ୍ରୀ ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଜିରୋ ଏଫଆଇଆର ରେଜିଷ୍ଟ୍ରେସନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ, ସେ ନିଦେ୍ର୍ଦଶକୁ କ’ଣ ପାଇଁ ପୋଲିସ୍ ଓ ଡିଜିପି କାର୍ଯ୍ୟକାରୀ କଲେ ନାହିଁ ? ଯଦି ପୋଲିସ୍ ପୀଡ଼ିତାଙ୍କ ଏତଲାକୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା, ତାହେଲେ ଆଜି ଆଉ ଜଣେ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ବଞ୍ଚିଯାଇ ଥାଆନ୍ତା । ପୀଡ଼ିତା ମୃତୁ୍ୟବରଣ କଲା ପରେ କେନ୍ଦ୍ରାପଡ଼ା ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ଠାରୁ ମୁଁ ତଦନ୍ତ ଦାୟିତ୍ୱ ହାତକୁ ନେଉଛି । ଆମର ପ୍ରଶ୍ନ ଏପର୍ଯ୍ୟନ୍ତ ପୋଲିସ୍ ତଦନ୍ତ ଦାୟିତ୍ୱ କେଉଁ ଆଉଟ୍ସୋର୍ସିଂ ସଂସ୍ଥା ଦ୍ୱାରା କରାଉଥିଲେ କି ? ଏସ୍ପିଙ୍କ ବୟାନରୁ ଜଣାପଡୁଛି, ପୋଲିସ୍ ତା’ କାର୍ଯ୍ୟରେ ଶତପ୍ରତିଶତ ଅବହେଳା କରିଛି । ପୋଲିସ୍ର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଚଳାଇବାରେ ଅସହାୟ । ଏହି ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଅନ୍ୟ କାହାକୁ ହସ୍ତାନ୍ତର କରନ୍ତୁ ଏବଂ ଅପାରଗ ପୋଲିସ୍ ମହାନିଦେ୍ର୍ଦଶକ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ନିଅନ୍ତୁ ବୋଲି ଡ଼ ମହାନ୍ତି କହିଛନ୍ତି ।









