27.1 C
Bhubaneswar
Sunday, February 22, 2026
Homeଓଡିଶାବର୍ତ୍ତମାନର ସରକାର କେବଳ ନବୀନଙ୍କ ସମୟରେ ହୋଇଥିବା ପ୍ରକଳ୍ପର ରିବନ କାଟୁଛନ୍ତି: ବିଜେଡି

ବର୍ତ୍ତମାନର ସରକାର କେବଳ ନବୀନଙ୍କ ସମୟରେ ହୋଇଥିବା ପ୍ରକଳ୍ପର ରିବନ କାଟୁଛନ୍ତି: ବିଜେଡି

 ନବୀନଙ୍କ କାମର ଶ୍ରେୟ ନେବା ପାଇଁ ବ୍ୟଗ୍ର ଆଜିର ସରକାର
 ଓଡିଶାକୁ ସେମି କଣ୍ଡକ୍ଟର ହବ କରିବାରେ ନବୀନ ସରକାରଙ୍କ ଭୂମିକା ଅନନ୍ୟ
ଭୁବନେଶ୍ୱର, : ବର୍ତ୍ତମାନର ବିଜେପି ସରକାର କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଅନେକ କାର୍ଯ୍ୟଗୁଡିକର ରିବନ କାଟି ଉଦଘାଟନ କରୁଛନ୍ତି ଓ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏହି ସରକାରକୁ ରିବନ କଟା ସରକାର କହିଲେ ଭୁଲ ହେବ ନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି। ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ମିଶ୍ର କହିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରୁଥିବା ଦେଖିବାକୁ ମିଳୁଛି। ଖବର କାଗଜ ମାନଙ୍କରେ ଏହାକୁ ନେଇ ବଡ଼ ବଡ଼ ବିଜ୍ଞାପନ ଦିଆଯାଉଛି । ନିକଟରେ ମୁଖ୍ୟମନ୍ତ୍ରୀ ସେମି କଣ୍ଡକ୍ଟର ପ୍ରକଳ୍ପକୁ ଉଦଘାଟନ କରିଥିଲେ ।
ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ନବୀନଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଓଡିଶା ଏକ ଆଇଟି ହବ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିପାରିଥିଲା। ଏହି କାରଣରୁ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀମାନେ ଯଥା ଡେଲଏଟ, ଆଇବିଏମ, କଗନିଜାଌକ୍ଷଗ୍ଧ;, କେପଯେମିନି ଇତ୍ୟାଦି ଓଡ଼ିଶାରେ ସେମାନଙ୍କ କାର୍ଯ୍ୟାଳୟ ଖୋଲିଥିଲେ। ସେହିପରି, ସେମି କଣ୍ଡକ୍ଟର ଶିଳ୍ପକୁ ଓଡ଼ିଶାରେ ପ୍ରତିଷ୍ଠିତ କରିବା ପାଇଁ, ନବୀନ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ବ୍ୟବସ୍ଥା କରିଥିଲେ। ଏହାଛଡା ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଲାଗି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ, ଯାହାର ଫଳ ସ୍ୱରୂପ ଅନେକ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଥିଲା । ନବୀନଙ୍କ ସମୟରେ ଆରମ୍ଭ ହୋଇଥିବା ଅନେକ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ଥିଲା, ଯେଉଁ ଗୁଡିକୁ ଆଜି ରାଜ୍ୟ ବିଜେପି ସରକାର କେବଳ ରିବନ କାଟୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking