30.1 C
Bhubaneswar
Monday, September 30, 2024
Homeଓଡିଶାଶପଥ ପାଠ ପାଇଁ ଲୋକନାଥରେ ବିଜେଡି କର୍ପୋରେଟର

ଶପଥ ପାଠ ପାଇଁ ଲୋକନାଥରେ ବିଜେଡି କର୍ପୋରେଟର

ଭୁବନେଶ୍ୱର : ତେଜୁଛି କର୍ପୋରେଟରଙ୍କ କଳି । ଏକାଠି ହେଲେ ୨୫ରୁ ୩୦ ବିଜେଡି କର୍ପୋରେଟର । ଆଜି ପୂର୍ବାହ୍ନରେ ଭୁବନେଶ୍ବର ମହାନଗର ନିଗମର ୨୫ରୁ ୩୦ ବିଜେଡି କର୍ପୋରେଟର, ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ବିରୋଧ କରି ବସରେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଥିଲେ । ଯାହାର ଭିଡିଓ ଖୁବ୍ ଭାଇରାଲ୍‌ ହେବାର ଲାଗିଛି । ଖବର ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମରେ ଦିନକୁ ଦିନ ବଢିବାରେ ଲାଗିଛି ବିଜେଡି କଳି । ଗତ କିଛି ଧରି ତୁ ତୁ ମେଁ ମେଁ ଚାଲିଥିବାର ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ଆଉ ଏସବୁ ଭିତରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ବିଜେଡି କର୍ପୋରେଟର ଅମେରଶ ଜେନା ଓ ବିରଞ୍ଚି ମହାସୁପକାରଙ୍କ ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ ମେଳି ହୋଇଛି । ଏପିରିକି ଗୋଟିଏ ବସ୍‌ ଯୋଗେ ସମସ୍ତ ପୁରୀ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ପୁରୀ ଗସ୍ତ କରୁଛନ୍ତି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । କି ଦଳ କିମ୍ବା ବରିଷ୍ଠ ନେତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ତେବେ ଦେଖାଯାଉ ପୁରୀ ଗସ୍ତ ଟା ଖାଲି ଗସ୍ତ… ନା ଏହା ପଛରେ ଆଉ କଣ ରହିଛି କାରଣ ?

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking