ଭୁବନେଶ୍ୱର : ପୋଲାଭରମ ପ୍ରକକୁ ନେଇ ବିଜେଡିକୁ ବିଜେପି ଜବାବ ଦେଇଛି । ବିଜେପି କହିଛି ବିଜେଡିକୁ ଆଗରୁ କୁଆଡେ ଶୋଇଥିଲେ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବି କାହିଁକି ବୁଝାମଣା ହେଲାନି । ବିଜେପି ଆହୁରି କହିଛି ୬ ମାସର ବିକାଶକୁ ସହିପାରୁନି ବିଜେଡି । ଏପଟେ ଜାନୁଆରୀରେ ପୋଲାଭରମକୁ ନେଇ ଆନ୍ଦୋଳନ କରିବ ବିଜେଡି । ବିଜେଡି କହିଛି ମାଲକାନଗିରି ମୋଟିରୁ ଭୁବନେଶ୍ୱର ଦେଇ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ । ମାଲକାନଗିରିବାସୀଙ୍କ ମତାମତ ନେଇ ଆନ୍ଦୋଳନ ରୂପରେଖ ସ୍ଥିର ହେବ । ଏଭଳି ପ୍ରେସମିଟରେ ସୂଚନା ଦେଇଛନ୍ତି ଦେବୀ ମିଶ୍ର ଓ ପ୍ରଦୀପ ମାଝୀ ।