ବାଲେଶ୍ୱର: ଖଇରାକୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଏବେ ଆନ୍ଦୋଳନ ତୀବ୍ରତର ହୋଇଛି। ଗତ ୩ ତାରିଖ ଅଞ୍ଚଳବାସୀଙ୍କ ପକ୍ଷ୍ରୁ ୭ ଘଣ୍ଟିଆ ଖଇରା ବନ୍ଦ ଓ ସୋର କୁପାରୀ ରାସ୍ତା ଅବରୋଧ କରିବା ପରେ ଏବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି।ଆୟୋଜିତ ସମ୍ମିଳନୀରେ ଜ୍ୟୋତିପ୍ରକାଶ ବିଜେପି ସରକାର ଓ ସ୍ଥାନୀୟ ବିଧାୟକଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଖଇରାକୁ ଏନଏସି ମାନ୍ୟତା ଦେବାର ସ୍ୱର ଉଠାଇଛନ୍ତି। ଏନେଇ ଆସନ୍ତା ୬ ତାରିଖ ବିଜେଡି ରାଜରାସ୍ତାକୁ ଓହ୍ଲାଇ ୬ ଘଣ୍ଟିଆ ଖଇରା ବଜାର, କାର୍ଯ୍ୟାଳୟ, ସ୍କୁଲ, କଲେଜ ଓ ରାସ୍ତାଘାଟ ଘାଟ ବନ୍ଦ କରିବ। ଆଗାମୀ ୧୦ ଦିନ ମଧ୍ୟରେ ଖଇରାକୁ ସରକାର ଏନଏସି ଘୋଷଣା ନକଲେ ଏହି ଆନ୍ଦୋଳନ ଅଧିକ ତୀବ୍ରତର ହେବ ବୋଲି ଦଳ ଚେତାବନୀ ଦେଇଛି।










