ଭୁବନେଶ୍ୱର: ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ଆଜି ଲୋୟର ପିଏମଜିରେ ପ୍ରତିବାଦ କରିଛି । ପିଏମଜିରେ ୨୮ ପ୍ଲାଟୁନ ଫୋର୍ସକୁ ମୁତୟନ କରାଯାଇଛି । ପ୍ରତିବାଦରେ ଶହ ଶହ ବିଜେଡି କର୍ମୀ ସାମିଲ ହୋଇଛନ୍ତି । ବିଧାନସଭା ସମ୍ମୁଖରେ ବିଜେଡି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ବିକ୍ଷୋଭରେ ବରିଷ୍ଠ ନେତାଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ସାମିଲ ଅଛନ୍ତି । ଗାନ୍ଧି ମାର୍ଗରେ ୨ଟି ବ୍ୟାରିକେଡ ଭାଙ୍ଗିଲେ ବିଜେଡି କର୍ମୀ । ଏନେଇ ଗାନ୍ଧି ମାର୍ଗରେ ଖଣ୍ଡଯୁଦ୍ଧ ସ୍ଥିତି ଦେଖାଦେଇଛି । ପୋଲିସ – ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ବିଧାନସଭା ଆଡକୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଇଛି ପୋଲିସ। ବିଜେଡିର ଘେରାଉ ପାଇଁ ପୋଲିସ କଡା ସୁରକ୍ଷା କରିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିକ୍ଷୋଭକାରୀଙ୍କ ଉପରକୁ ପାଣି ମାଡ କରିଥିଲା ପୋଲିସ।










