ଭୁବନେଶ୍ୱର: ଇନପୁଟ ସହାୟତା ନେଇ ମନ୍ତ୍ରୀଙ୍କ ଉତ୍ତର ପରେ ଇନପୁଟ ସବସିଡି କଳି ଦେଖାଦେଇଛି । ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ୮୦୦ ବଦଳରେ କାହିଁକି ୭୩୧ ଟଙ୍କା ଦେଉଛନ୍ତି ସରକାର ପଚାରିଲେ ପ୍ରସନ୍ନ । କହିଛନ୍ତି, ଘୋଷଣା କରିଥିଲେ ୮୦୦, କାହିଁକି ଦେଉଛନ୍ତି ୭୩୧ ଟଙ୍କା । କାହିଁକି ଚାଷୀଙ୍କୁ ୬୯ ଟଙ୍କା ବଞ୍ଚିତ କରାଯାଉଛି ପଚାରିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଆରୋପର ଜବାବ ରଖିଲେ ବିଜେପିର ଅଶ୍ୱିନୀ ଷଡଙ୍ଗୀ । ଯିଏ ୧୦୦ ଟଙ୍କା ଘୋଷଣା କରି ଦେଇନଥିଲେ, କେଉଁ ମୁହଁରେ ୮୦୦ କହୁଛନ୍ତି । ଆମେ ନିର୍ବାଚନ ବେଳେ ୩୧୦୦ ଟଙ୍କା ଦେବୁ ବୋଲି କହିଥିଲୁ, ଆଉ ଦେଉଛୁ ।










