18.1 C
Bhubaneswar
Wednesday, February 4, 2026
Homeଓଡିଶାବିଜେବି କଲେଜ ଛାତ୍ର-ଅଣଛାତ୍ର ଗଣ୍ଡଗୋଳ: ଜଣେ ଗିରଫ

ବିଜେବି କଲେଜ ଛାତ୍ର-ଅଣଛାତ୍ର ଗଣ୍ଡଗୋଳ: ଜଣେ ଗିରଫ

ଭୁବନେଶ୍ବର: ବିଜେବି କଲେଜ ଛାତ୍ର-ଅଣଛାତ୍ର ଗଣ୍ଡଗୋଳ ଘଟଣାରେ ଜଣେ ଅଣଛାତ୍ରଙ୍କୁ ବଡ଼ଗଡ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଜିତ ପାଣିଗ୍ରାହୀ ବୋଲି ଜଣାଯାଇଛି। ଜିତ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ଧମକଚମକ ଦେବା ସହ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି କରୁଥିବା ଜଣାପଡ଼ିବା ପରେ ପୁଲିସ ଏହି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ରୁ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନି।  ଆଜି ଗୋଟିଏ ଗୋଷ୍ଠୀର କିଛି ଛାତ୍ରୀଙ୍କ ଭିଡିଓ ରେକଡିଂକୁ ନେଇ ପୁଣି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ହସ୍ତକ୍ଷେପ କରିବା ସହ ଜଣେ ଛାତ୍ରଙ୍କୁ କାବୁ କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ହେଲେ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking