26.1 C
Bhubaneswar
Wednesday, February 4, 2026
Homeଓଡିଶାବର୍ଷା ର ବିଚିତ୍ର ନିତି : ଯାଜପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି କିନ୍ତୁ...

ବର୍ଷା ର ବିଚିତ୍ର ନିତି : ଯାଜପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି କିନ୍ତୁ ଖଣି ଅଞ୍ଚଳ ଲଗାଣ ବର୍ଷା ଯୋଗୁ କ୍ରୋମାଇଟ ସବୁ ଖଣିରେ ଉତ୍ତୋଳନ ବାଧା ପ୍ରାପ୍ତ

ଯାଜପୁର : ଚାଳିତ ବର୍ଷ ଯାଜପୁର ଜିଲ୍ଲା ର ନିଅଣ୍ଟିଆ ବର୍ଷା ଲାଗି ରହିଛି l ଶ୍ରାବଣ ଯାଇ ଭାଦ୍ରବ ମାସ ଚାଲିଛି l ହେଲେ କେତକ ଅଞ୍ଚଳ ରେ ଜମିକୁ ହଲ ଯାଇ ନାହିଁ l ଏବେ ଟ୍ରାକ୍ଟର ଯୋଗେ ଚାଷ କାରା ଯାଇ ଧାନ ରୁଆ ପୋତା ବେଉଷଣ ଚାଲିଚି l
କିନ୍ତୁ ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ୩୮ ଦିନ ଧରି ବର୍ଷା ଲାଗିରହିଛି। ଏହି ସମୟସୀମା ମଧ୍ୟରେ ଖଣିଅଞ୍ଚଳରେ ୨୦୦ ମିଲିମିଟରରୁ ୨୩୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଅଧିକାଂଶ ଦିନ ମୂଷଳଧାରାରେ ବର୍ଷା ପାଇଁ ସବୁ କ୍ରୋମାଇଟ୍‌ ଖଣିରେ ବହୁବିଧ ସମସ୍ୟା ଉପୁଜିଛି। ଓଡ଼ିଶା ଖଣି ନିଗମ(ଓଏମ୍‌ସି), ଟାଟାଷ୍ଟିଲ, ଇମ୍ଫା, ଫେକର-ବେଦାନ୍ତ, ବାଲେଶ୍ବର ଆଲଏଜ୍ ଓ ଜିନ୍ଦଲ ଷ୍ଟେନଲେସ୍ ଖଣି କର୍ତ୍ତୃପକ୍ଷଙ୍କ ୧୧ଟି ଯାକ କ୍ରିୟାଶୀଳ କ୍ରୋମାଇଟ୍‌ ଖଣିରେ କ୍ରୋମ୍‌ ଉତ୍ତୋଳନ ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଛି। ଏବେ ଅନ୍ତର୍ଜାତୀୟ ବଜାରରେ ଉଚ୍ଚମାନର କ୍ରୋମ୍‌ ଦର ଟନ୍ ପିଛା ୩୩ ହଜାର ଟଙ୍କା ରହିଥିବା ସ୍ଥଳେ ଖଣି ଅଞ୍ଚଳରେ ବିଷମ ସ୍ଥିତି ଖଣି କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କ୍ରୋମ ଉତ୍ତୋଳନ ନ ହେବା ଫଳ ରେ ପରିବହନ କ୍ଷେତ୍ର ରେ ଲକ୍ଷ ପୂରଣ ହୋଇ ପାରୁ ନାହିଁ l ଆନ୍ତର୍ଜାତିକ ବଜାର ରେ କ୍ରୋମାଇଟ ର ଚାଇଦା ରହିଛି l
ସେମାନ‌େ ଯାହା କହନ୍ତି :
ଇଂ ମୁଥୁମାରି ମଲାଇଚାମି :- ଖଣିମୁଖ୍ୟ, ଫେକର-ବେଦାନ୍ତ
ଲଗାଣ ବର୍ଷା କାରଣରୁ ଗତ ଜୁଲାଇ ମାସରେ ଓସ୍ତପାଳ କ୍ରୋମାଇଟ୍‌ ଖଣିରେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୧୦ ପ୍ରତିଶତ ଓ ଏ’ମାସ ଏଯାବତ୍ ମାତ୍ର ୫ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି। ଖଣିର ଖସଡ଼ା ସଡ଼କ ପଥରେ ଟିପ୍ପର ଓ ଆନୁଷଙ୍ଗିକ ଭାରୀଯାନ ଚଳାଚଳ ସମ୍ଭବ ହୋଇପାରୁନି।
ଇଂ ସୁଧାଂଶୁ ପାଟ୍‌ନି :- ସଭାପତି(ଖଣି), ବାଲେଶ୍ବର ଆଲଏଜ୍
ଚଳିତବର୍ଷ ଅହେତୁକ ବର୍ଷା ପ୍ରଭାବରୁ କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣିରେ ଗତ ୨ ମାସ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୦ ପ୍ରତିଶତ କ୍ରୋମ୍‌ ଉତ୍ତୋଳନ ସମ୍ଭବ ହୋଇପାରିଛି। ଏହି ପରିସ୍ଥିତି ଲାଗିରହିଲେ କମ୍ପାନିର ନିଜସ୍ବ ଫେରୋ କ୍ରୋମ୍‌ କାରଖାନା ପାଇଁ କଞ୍ଚାମାଲ ଯୋଗାଣରେ ସମସ୍ୟା ଉପୁଜିବାରେ ଆଶଂକା ସୃଷ୍ଟି ହୋଇଛି।
ଇଂ ଲଲାଟେନ୍ଦୁ ମହାପାତ୍ର :- ବରିଷ୍ଠ ମହାପ୍ରବନ୍ଧକ(ଖଣି), ଇମ୍ଫା
ବର୍ଷାଋତୁରେ ଇମ୍ଫା ସୁକିନ୍ଦା ଖଣି(କ୍ରୋମାଇଟ୍‌)ରେ ୫୦ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି। ଭୂତଳ ଖଣି ହେଲେ ବି ମହାଗିରି ଖଣି(କ୍ରୋମାଇଟ୍‌)ରେ ଧାର୍ଯ୍ୟ ଲକ୍ଷ୍ୟର ୩୦ ପ୍ରତିଶତ ବାଧାପ୍ରାପ୍ତ ହୋଇଛି। ବର୍ଷାଦିନେ ସାଧାରଣତଃ ଖଣି କର୍ମଚାରୀ ଓ ଶ୍ରମିକମାନେ ଖଣିକାର୍ଯ୍ୟ ବ୍ୟତୀତ ନିଜନିଜ ବିଲବାଡ଼ିରେ କାମ କରୁଥିବାରୁ ସାଧାରଣ ଜ୍ବର, ଥଣ୍ଡା ଓ କାଶ ଭଳି ରୋଗରେ ପଡ଼ୁଥିବାରୁ ଖଣିରେ ସେମାନଙ୍କ ଉପସ୍ଥାନ କମ୍ ରହୁଛି। ଯାହାକି କ୍ରୋମ୍‌ ଉତ୍ତୋଳନକୁ ପ୍ରଭାବିତ କରୁଛି।
ଇଂ ଆଶିଷ କୁମାର ସାମନ୍ତରାୟ :- ଆଞ୍ଚଳିକ ପ୍ରବନ୍ଧକ, ଓଏମ୍‌ସି
ବର୍ଷାଋତୁରେ ସଠିକ୍‌ ଖଣି ପରିଚାଳନା ସହ ଉପର ସ୍ତରରେ ଖଣିକାର୍ଯ୍ୟ ଜାରିରହିଥିବାରୁ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଏଫ୍‌’କ୍ବାରି ଓ ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣିରେ ଖନନ ଓ ଧାର୍ଯ୍ୟ ଲକ୍ଷ୍ୟ ସ୍ବାଭାବିକ ହୋଇପାରିଛି। ହେଲେ ବର୍ଷା ପ୍ରଭାବରୁ ଦକ୍ଷିଣ କା ହାଳିଆପାଣି କ୍ରୋମାଇଟ୍‌ ଖଣି ଡି’କ୍ବାରିରେ ଧାର୍ଯ୍ୟ ଲକ୍ଷ୍ୟର ୫୦ ପ୍ରତିଶତ କାର୍ଯ୍ୟ ହାସଲ ହୋଇପାରିନାହିଁ।
ଇଂ ଶମ୍ଭୁନାଥ ଝା:- ଖଣିମୁଖ୍ୟ, ଟାଟାଷ୍ଟିଲ(ଏଫ୍ଏଏମ୍‌ଡି)
ଖଣିରେ ଏମ୍‌ଡିଓ ପରିବର୍ତ୍ତନ ପାଇଁ ୫୦ ଦିନ ଧରି କମ୍ପାନିର ୩ଟିଯାକ କ୍ରୋମାଇଟ୍‌ ଖଣି ସୁକିନ୍ଦା, ସାରୁଆବିଲ ଓ କମର୍ଦ୍ଦାରେ ଖଣି ଖନନ ଓ କ୍ରୋମ୍‌ ଉତ୍ତୋଳନ ବନ୍ଦ୍ ରହିଛି। ଲଗାଣ ବର୍ଷା କାରଣରୁ ନିଜସ୍ବ ଉଦ୍ୟମରେ ପ୍ରତିଦିନ ଖଣିର ସଡ଼କ ପଥ, ଡମ୍ପ୍ ପରିଚାଳନା ଓ ଅତ୍ୟାବଶ୍ୟକ ବୈଧାନିକ କାର୍ଯ୍ୟ ସମ୍ପାଦନ ଦିଗରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ଇଂ ରମିୟ ରଞ୍ଜନ ରାୟ :- ଖଣିମୁଖ୍ୟ, ଜିନ୍ଦଲ ଷ୍ଟେନଲେସ୍
‌ଅନିବାର୍ଯ୍ୟ କାରଣ ବଶତଃ ୫ ବର୍ଷ ଧରି ଖଣିକାର୍ଯ୍ୟ ବନ୍ଦ୍ ରହିବା ପରେ ଗତବର୍ଷରୁ କାଳିଆପାଣି କ୍ରୋମାଇଟ୍‌ ଖଣିରେ ଧୀରେଧୀରେ କାମ ଆରମ୍ଭ ‌ହୋଇଛି। କମ୍‌ ଧାର୍ଯ୍ୟ ଲକ୍ଷ୍ୟ ହେଲେ ବି ବର୍ଷା କାରଣରୁ ଆମେ ୨୦ ପ୍ରତିଶତ ପଛରେ ରହିଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking