30.1 C
Bhubaneswar
Tuesday, January 20, 2026
Homeଓଡିଶାଅମୃତିଆ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ଅମୃତିଆ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ଯାଜପୁର : ଯାଜପୁର ଜିଲ୍ଲାର କୋରାଇ ବ୍ଲକ୍ ରେ ଥିବା ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପିଲାମାନେ ଖୁବ୍ ଧୁମଧାମରେ ପାଳିଲେ ଜନ୍ମାଷ୍ଟମୀ ‌। ସବୁଥର ପରି ଏଥର ମଧ୍ୟ ଅମୃତିଆ ସରସ୍ଵତୀ ବିଦ୍ୟାମନ୍ଦିର ପକ୍ଷରୁ ବହୁ ଆଡମ୍ବରରେ ଜନ୍ମାଷ୍ଟମୀ ପାଳନ କରାଯାଇଛି। ବିଦ୍ୟାଳୟ ପକ୍ଷରୁ ନିକଟସ୍ତ ବନ୍ଦାଳୋ ପଞ୍ଚାୟତରେ ଥିବା ପ୍ରସିଦ୍ଧ ଶନିମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସବୁ ପିଲା, ଗୁରୁଜୀ ଗୁରୁମା, ପ୍ରଧାନ ଆଚାର୍ଯ୍ୟା ପ୍ରମୁଖ ଆଦି ମନ୍ଦିର ପ୍ରାଙ୍ଗଣରେ ଏକାଠି ହେବା ପରେ ସଭିଙ୍କୁ ସ୍ଵାଗତ କରାଯାଇଥିଲା । ଏହା ପରେ ପ୍ରାଙ୍ଗଣରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ପୂଜାପାଠ କରାଯାଇଥିଲା । ପୂଜାର୍ଚ୍ଚନା ପରେ କୃଷ୍ଣଙ୍କ ଭଜନରେ ପ୍ରକମ୍ପିତ ହୋଇ ଉଠିଥିଲା ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା l ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗାଁ ବୁଲିଥିଲେ କୁନି କୁନି ରାଧାକୃଷ୍ଣ ‌। କିଏ କୃଷ୍ଣ ବେଶ ତ କିଏ ରାଧା ବେଶ ତ ପୁଣି ଆଉ କିଏ କଂସ । ଏପରି ଭିନ୍ନ ଭିନ୍ନ ବେଶରେ ସଜେଇ ହୋଇଥିବା କୁନି କୁନି ପିଲାମାନଙ୍କର ବେଶ ଦେଖି ଭାବ ବିହୋଲ ହୋଇ ପଡ଼ି ଥିଲେ । ରାଧାକୃଷ୍ଣଙ୍କ ପରି ଠାଣି, ଚାହାଣୀ ମନ ହରି ନେଉଥାଏ । ଗାଁ ରାସ୍ତାରେ କୁନି କୁନି ପିଲା ଓ ଗୁରୁମାଙ୍କ ରାଧା କୃଷ୍ଣ ଙ୍କ ବାଲ୍ୟ ଲୀଳା ର ସୁମଧୁର ଗାୟନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଥିଲା ଗାଁ ଦାଣ୍ଡରେ ରାଧାକୃଷ୍ଣଙ୍କୁ ଦେଖି ବିଭିନ୍ନ ସ୍ଥାନରେ ମାଆ ମାଉସୀ ମାନେ ବନ୍ଦାପନା ଓ ପୂଜାର୍ଚ୍ଚନା କରିଥିଲେ ‌। ଆଉ ସବୁଠାରୁ ଆକର୍ଷଣୀୟ ହେଉଛି ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ । ବହୁ ଭଜନରେ ପିଲାଙ୍କ ନୃତ୍ୟ ସହ କୁନି ପିଲାମାନଙ୍କ କଂସ ବଦ୍ଧ ନାଟକ ସମସ୍ତଙ୍କ ମନ ମୋହି ଥିଲା ‌। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ପ୍ରଧାନ ଆଚାର୍ଯ୍ୟା, ଗୁରୁଜୀ ଗୁରୁମା, କୋଷାଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟ,ମାତୃ ଭାରତୀ ସଦସ୍ୟା, ବହୁ ଅଭିଭାବକ , ସ୍ଥାନୀୟ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସ୍ବେଛାସେବୀ ସଂଗଠନ ଜୟ ମହାକାଳ ଫାଉଣ୍ଡେସନର ବହୁ ସଦସ୍ୟ ସଦସ୍ୟା ଓ ସ୍ଥାନୀୟ ବାସିନ୍ଦା ଆଦି ଉପସ୍ଥିତ କାର୍ଯ୍ୟ କ୍ରମ କୁ ପରିଚଳନା ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking