16.1 C
Bhubaneswar
Tuesday, December 9, 2025
Homeଓଡିଶାବିରଜା ମଣ୍ଡଳ ବିଦ୍ୱତ୍ ପରିଷଦର ବାର୍ଷିକ ଉତ୍ସବ

ବିରଜା ମଣ୍ଡଳ ବିଦ୍ୱତ୍ ପରିଷଦର ବାର୍ଷିକ ଉତ୍ସବ

ଯାଜପୁର: ଯାଜପୁର ପୌରପାଳିକା ଅନ୍ତର୍ଗତ ଗରିଆପୁର ସ୍ଥିତ ଶାନ୍ତି ମଣ୍ଡପରେ ବିରଜା ମଣ୍ଡଳ ବିଦ୍ୱତ୍ ପରିଷଦର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ବୈକୁଣ୍ଠନାଥ ପତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତିକଣ୍ଠ କାନୁନଗୋ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ପାଦକ ପ୍ରମୋଦ କୁମାର ଦାସ ବାର୍ଷିକ ବିବରଣୀ ପ୍ରଦାନ କରି ଆଗାମୀ ୧୬ ମାର୍ଚ୍ଚ ୨୦୨୬ରେ ସମୂହ ଉପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଭାବେ ଡ. ଜ୍ଞାନରଞ୍ଜନ ପତି, ଉପସଭାପତି ପଣ୍ଡିତ ଭୂପତି ଭୂଷଣ ମିଶ୍ର, ବିଶ୍ୱନାଥ ତ୍ରିପାଠୀ, ବନବିହାରୀ ମହାପାତ୍ର, ଡ. ପ୍ରଭଜ୍ଞନ ପତି ପ୍ରମୁଖ ଉପସ୍ଥିତ ରହି ପରିଷଦର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଗାୟକ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କୁ ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking