31.1 C
Bhubaneswar
Monday, April 6, 2026
Homeଓଡିଶାବ୍ୟାପିଲା ବାର୍ଡଫ୍ଲୁ, ୭ ଶହ କୁକୁଡ଼ା ମୃତ

ବ୍ୟାପିଲା ବାର୍ଡଫ୍ଲୁ, ୭ ଶହ କୁକୁଡ଼ା ମୃତ

କଣାସ: କଣାସ ବ୍ଲକ ନିକଟବର୍ତ୍ତୀ ଡେଲାଙ୍ଗ, ପିପିଲି, ସତ୍ୟବାଦୀ ବ୍ଲକରେ ବାର୍ଡଫ୍ଲୁ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ହଜାର ହଜାର କୁକୁଡା ମରାଯାଇଛି। କଣାସ ବ୍ଲକରେ ଗତକାଲି ବାର୍ଡଫ୍ଲୁରେ ୭ଶହ କୁକୁଡ଼ାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡେଲାଙ୍ଗ ବ୍ଲକ ଶେଷସୀମା କଣାସ ବ୍ଲକର ଆରମ୍ଭ ତ୍ରିଲୋଚନପୁର ଗ୍ରାମରେ ସ୍ୱପ୍ନାରାଣୀ ତ୍ରିପାଠୀଙ୍କ କୁକୁଡ଼ା ଫାର୍ମରେ ୭ ଶହରୁ ଊର୍ଦ୍ଧ୍ୱ କୁକୁଡ଼ା ଗତକାଲି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେହି ଫାର୍ମରେ ବର୍ତ୍ତମାନ ୨୫୦୦ରୁ ଊର୍ଦ୍ଧ୍ୱ କୁକୁଡ଼ା ଥିବାରୁ ସେମାନଙ୍କୁ ବାର୍ଡଫ୍ଲୁ ରୋଗ ବ୍ୟାପିବା ଆଶଙ୍କା କରି ଉକ୍ତ କୁକୁଡ଼ାଗୁଡ଼ିକୁ ଗାତ ଖୋଳି ପୋତିବା ପାଇଁ କଣାସ ମୁଖ୍ୟ ପଶୁ ଚିକିତ୍ସା କେନ୍ଦ୍ରର ଭାରପ୍ରାପ୍ତ ପଶୁ ଚିକିତ୍ସକ ଡାକ୍ତର ଅନୁଗତ ଜେନା ପ୍ରକାଶ କରିଛନ୍ତି। କଣାସ ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତରେ ୧୯ଟି କୁକୁଡ଼ା ଫାର୍ମରୁ ଆସନ୍ତାକାଲି ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଡାକ୍ତର ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଆଉ ମଧ୍ୟ ଖବର ନେବାରେ ଜଣାପଡ଼ିଛି ବହୁସଂଖ୍ୟକ ବଗ ବିଭିନ୍ନ ପଞ୍ଚାୟତରେ ମରିପଡୁଥିବା ଦେଖାଯାଇଛି। ବାର୍ଡଫ୍ଲୁ ବ୍ୟାପିବା ଯୋଗୁଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking