31.1 C
Bhubaneswar
Friday, March 27, 2026
Homeଓଡିଶାପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା

ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା

ପୁରୀ : ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୂରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରଖାଯାଇଛି। କିଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ବିଭାଗ।

ପିପିଲି ଅଞ୍ଚଳରେ ଥିବା ୪୭ ଫାର୍ମରୁ ମରାଯିବ ୨୦ ହଜାରରୁ ଅଧିକ କୁକୁଡ଼ା। ବାର୍ଡ କଲିଂ ପାଇଁ ଗଠନ କରାଯାଇଛି ୧୨ ଜଣିଆ ଟିମ୍। ଗତକାଲି ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। କଲିଂକୁ ନେଇ କୁକୁଡ଼ା ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଉପଯୁକ୍ତ କ୍ଷତି ପୂରଣ ନମିଳିବା ପର୍ଯ୍ୟନ୍ତ ଗୋଟିଏ ହେଲେ ବି କୁକୁଡ଼ା ମାରିବାକୁ ଦିଆଯିବ ନାହିଁ ବୋଲି ଚାଷୀ କହିଛନ୍ତି। ସେପଟେ ପ୍ରାଣୀ ବିଭାଗ କହିଛି ମରାଯିବାକୁ ଥିବା କୁକୁଡ଼ାକୁ ଗଣତି କରାଯାଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ କ୍ଷତି ପୂରଣ ଦିଆଯିବ। ଗତ ୧୬ ତାରିଖରେ ଆନିମଲ ଡିଜିଜ ରିସର୍ଚ୍ଚ ସେଣ୍ଟର ପକ୍ଷରୁ କୁକୁଡ଼ାର ରକ୍ତ, ମଳମୁତ୍ର ସଂଗ୍ରହ କରି ପରୀକ୍ଷା ପାଇଁ ଭେଲୋର ପଠାଯାଇଥିଲା। ନମୁନାରୁ ପଜିଟିଭ୍ ଆସିଥିବା ବେଳେ ଏହା ବାର୍ଡ ଫ୍ଲୁ ବୋଲି ଜଣାପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking