ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧୮ ରେ ହେବ ପକ୍ଷୀ ଗଣନା । ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବ ପ୍ରକ୍ରିୟା । ସାରା ରାଜ୍ୟରେ ଗୋଟିଏ ଦିନରେ ପକ୍ଷୀ ଗଣନା ହେବ । ଏଥର ଗଣନାରେ ଫେମିଂଗୋର ଟ୍ରାକିଂ କରାଯିବ । ୧୦ ଟି ଫେମିଂଗୋର ଗୋଡ଼ରେ ଲଗାଯିବ ସାଟାଲାଇଟ ଟ୍ରାକିଂ ରିଙ୍ଗ । ସାଇବେରିଆ ନା ଅନ୍ୟ କେଉଁ ଦେଶରୁ ଆସୁଛନ୍ତି ସେ ନେଇ ଅନୁଧ୍ୟାନ କରାଯିବ । ଏ ନେଇ ବନ୍ୟା ପ୍ରାଣୀ ପିସିସିଏଫ ପ୍ରେମ କୁମାର ଝାଙ୍କ ସୂଚନା ଦେଇଛନ୍ତି ।