ଭୁବନେଶ୍ୱର: କର୍ମଚାରୀଙ୍କ ଉପସ୍ଥାନ ପାଇଁ ସବୁ ରାଜସ୍ୱ ଅଫିସରେ ଲାଗିବ ବାୟୋମେଟ୍ରିକ । ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି । ଅଧିକାଂଶ ଷ୍ଟାଫ ଓ ଅଫିସରମାନେ ବିଳମ୍ବରେ ଆସୁଥିବାରୁ ପଦକ୍ଷେପ ନିଆଯାଇଛି ା ଜିଲ୍ଲାର ସମସ୍ତ ରାଜସ୍ୱ କାର୍ଯ୍ୟାଳୟରେ ଲାଗୁ ହେବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କଲେ ରାଜ୍ୟ ସରକାର ।









