ଯାଜପୁର: ଯାଜପୁର ବିଞ୍ଝାରପୁରରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା । ୨ ଅଭିଯୁକ୍ତ ଦିପ୍ତିରଞ୍ଜନ ପାଣିଗ୍ରାହୀ ଓ ପୁଟୁଳି ସେଠୀଙ୍କୁ ଗିରଫ କଲା ପୋଲିସ । ଏସଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ଉପସ୍ଥିତିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ରହସୋଈ ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅଶୋକ ପତି ବିଭିନ୍ନ ଦୁର୍ନୀତି ନେଇ ଆରଟିଆଇ ରିପୋର୍ଟ ମାଗିବା ଯୋଗୁଁ ପ୍ରଶାସନିକ ଅଧିକାରୀ ତଦନ୍ତ କରି ପଂଚାୟତସ୍ତରରେ କିଛି କାମକୁ ବନ୍ଦ କରିଦେଇଥିଲେ । ତେଣୁ ଆକ୍ରୋଶମୂଳକ ଭାବେ ଅଶୋକ ପତିଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀ ଲଳିତା ପତିଙ୍କୁ ଘରୁ ଉଠାଇ ନେଇ ରାସ୍ତା ଉପରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଦଶରଥପୁର ପୋଲିସ ପହଞ୍ଚି ଅଶୋକ ପତି ଏବଂ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲା ।