ଯାଜପୁର : ଯାଜପୁର ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ବିନ୍ଧାଣ ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଯାଜପୁର ସାଂସଦ ଡାଃ ରବୀନ୍ଦ୍ର ନାରାୟଣ ବେହେରାଙ୍କ କରକମଳରେ ଶୁଭଉଦଘାଟିତ ହୋଇଯାଇଅଛି । ଏହି ଉଦଘାଟନୀ ଉତ୍ସବରେ ଯାଜପୁର ବିଧୟିକା ଶ୍ରୀମତୀ ସୁଜାତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ମଣ୍ଡଳ ଉନ୍ନୟନ ଅଧିକାରୀ-ତଥା-ସମ୍ପାଦକ ନିୟନ୍ତ୍ରିତ ବଜାର କମିଟି ଯାଜପୁର, ଶ୍ରୀ ସ୍ଵାଗତ ଦାସ, ଡେପୁଟି କଲେକ୍ଟର(ରାଜସ୍ୱ) ଶାଶ୍ଵତୀ ସଢୁୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଆଦର୍ଶ ମାର୍କେଟ କମ୍ପ୍ଲେକ୍ସ ଟି ୧୦.୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ୍ତ ହୋଇଅଛି । ଏଠାରେ ପନିପରିବା, ତେଜରାତି, ସହିତ ମାଛ ଓ ମାଂସ ବିକ୍ରିର ସୁବିଧା ରହିଛି । ଏଥିରେ ୫୮ ଗୋଟି ଦୋକାନ ଘର, ୧୧ ଗୋଟି ପିଣ୍ଡି, ୨୭ ଟି ଫିସ କିସ୍କୋ, ଗୋଟିଏ ସ୍ଲଟର ହାଉସ ଏବଂ ଶୌଚାଳୟର ବ୍ୟବସ୍ଥା ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସାମନା ରାସ୍ତାରେ ପୂର୍ବରୁ ଡେଲି ମାର୍କେଟ ଯୋଗୁ ଟ୍ରାଫିକ ସମସ୍ୟା ହେଉଥିଲା । ନିୟନ୍ତ୍ରିତ ବଜାର କମିଟି ଉଦଘାଟନ ଫଳରେ ଏହି ସମସ୍ୟାର ସମାଧାନ ହୋଇପାରିଛି ।