30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିଲକିସ ବାନୋ ମାମଲା: ଗୁଜରାଟ ସରକାରଙ୍କୁ ବଡ଼ ଝଟକା

ବିଲକିସ ବାନୋ ମାମଲା: ଗୁଜରାଟ ସରକାରଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ : ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ଗୁଜରାଟ ସରକାରଙ୍କୁ ବଡ଼ ଝଟକା। ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ପୁନଃ ବିଚାର ଆବେଦନକୁ ଖାରଜ କରିଛନ୍ତି। ଏହା ସହ ବିଲକିସ୍ ବାନୋ ମାମଲାରେ ଦୋଷୀଙ୍କୁ ମୁକ୍ତ କରିବା ନେଇ ଦେଇଥିବା ଟିପ୍ପଣୀକୁ ମଧ୍ୟ ହଟାଇବାକୁ ମନା କରିଦେଇଛନ୍ତି।

ଗୁରୁବାର ମାମଲାର ଶୁଣାଣି କରି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଗୁଜରାଟଙ୍କ ସରକାର ଆବେଦନକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେଉଁ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଛି ଓ ଏହା ସହ ଯେଉଁ ପେପର ରହିଛି, ଏହାକୁ ଭଲ ଭାବେ ଦେଖିବା ପରେ ଆମେ ହୃଦୟଙ୍ଗମ କରିଛୁ ଯେ ପୂର୍ବ ରାୟରେ କୌଣସି ତ୍ରୁଟି ନାହିଁ କିମ୍ବା ରିଭ୍ୟୁ ପିଟିସନର କୌଣସି ମେରିଟ ନାହିଁ। ତେଣୁ ରିଭ୍ୟୁ ପିଟିସନକୁ ଖାରଜ କରାଯାଉଛି। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଗୁଜରାଟ ସରକାର କ୍ଷମା ପ୍ରଦାନ କରି ଜେଲରୁ ଖଲାସ କରିଥିଲେ।

ଏହାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ସମସ୍ତଙ୍କୁ ପୁଣି ଜେଲ ହାଜତକୁ ପଠାଇ ଦେଇଥିଲେ। ଏହି ସମୟରେ ଗୁଜରାଟ ସରକାରଙ୍କୁ କଡା ସମାଲୋଚନା କରିଥିଲେ ସୁପ୍ରିମକୋର୍ଟ। ତେବେ ଗୁଜରାଟ ସରକାର ମାମଲାର ପୁନଃ ବିଚାର କରିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଏହାକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking