30.1 C
Bhubaneswar
Tuesday, February 10, 2026
Homeଓଡିଶାବିକ୍ରମ ପଣ୍ଡାଙ୍କୁ ପୁଣି ଅଣାଗଲା ଏମକେସିଜି

ବିକ୍ରମ ପଣ୍ଡାଙ୍କୁ ପୁଣି ଅଣାଗଲା ଏମକେସିଜି

ବ୍ରହ୍ମପୁର: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଏମକେସିଜି ଅଣାଗଲା । ଅସୁସ୍ଥତା ଯୋଗୁଁ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍‌ରୁ ଏମ୍‌କେସିଜି ଅଣାଯାଇଛି । ଅନ୍ୟତମ ଅଭିଯୁକ୍ତ ମଦନ ଦଳେଇଙ୍କୁ ବି କଡା ସୁରକ୍ଷା ବଳୟରେ ଏମ୍‌କେସିଜି ଆଣାଗଲା । ପୀତବାସ ପଣ୍ଡା ହତ୍ୟା ମାମଲାରେ ଭଭୟ ଜେଲ୍‌ରେ ଅଛନ୍ତି । ସୂଚନାଯୋଗ୍ୟ, ନିକଟରେ ଅସୁସ୍ଥ ହୋଇପଡିଥିବା କାରଣରୁ ଚିକିତ୍ସାପାଇଁ ଏମକେସିଜି ମୋଡିକାଲକୁ ନିଆଯାଇଥିଲା । ସେଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିକ୍ରମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ବିଭିନ୍ନ ବିଭାଗର ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଯାଞ୍ଚ କରାଯିବା ପରେ ପୁଣି ଜେଲ୍‌କୁ ପଠାଇ ଦିଆଯାଇଥିଲା । ପ୍ରାୟ ୨ ଘଣ୍ଟା ଧରି ତାଙ୍କୁ ଚିକିତ୍ସା କରାଯାଇଥିଲା । ଏମ୍‌କେସିଜି ମେଡିକାଲରେ ମେଡ଼ିସିନ, ସର୍ଜରୀ ବିଭାଗ ପରେ ଦାନ୍ତ ଚିକିତ୍ସା ବିଭାଗରେ ବିକ୍ରମଙ୍କ ଚିକିତ୍ସା କରାଯାଇଥିଲା । ଏହାପରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା । ପେଟରେ ଏକ ଟ୍ୟୁମର ଥିବା ଯୋଗୁଁ ବିକ୍ରମଙ୍କ ପେଟ କାଟୁଥିବା ନେଇ ସୂଚନା ମିଳିଥିଲା । ଚିକିତ୍ସା ପରେ ପୁଣି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏମକେସିଜି ମେଡିକାଲରୁ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking