19.1 C
Bhubaneswar
Wednesday, February 11, 2026
Homeଓଡିଶାଟ୍ରକ ଧକ୍କାରେ ବାଇକ୍ ଚାଳକ ମୃତ; ରାସ୍ତା ଅବରୋଧ

ଟ୍ରକ ଧକ୍କାରେ ବାଇକ୍ ଚାଳକ ମୃତ; ରାସ୍ତା ଅବରୋଧ

କେନ୍ଦୁଝର : ଟ୍ରକ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। କାଳସୁଇ ଗାଁର ନରେନ୍ଦ୍ର ମହାନ୍ତ କେନ୍ଦୁଝରରୁ କାମସାରି ବାଇକ୍ ଯୋଗେ ୨୦ ନମ୍ୱର୍ ଜାତୀୟ ରାଜପଥରେ ଫେରୁଥିଲେ। ଏହି ସମୟରେ ଧୃପଦା ଓଭର ବ୍ରିଜ ନିକଟରେ ଗୋଟିଏ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ନରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ରାସ୍ତା ଅବରୋଧ କରିଥିଲେ। ରାସ୍ତାରେ ହମ୍ପସ ନିର୍ମାଣ ଓ ସିସିଟିଭି କ୍ୟାମେରା ଲଗାଇବା ସହ ଟ୍ରାଫିକ ପୁଲିସ ମୁତୟନ ଦାବିରେ ସେମାନେ ମୃତଦେହକୁ ରାସ୍ତା ଉପରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକଙ୍କ ବିକ୍ଷୋଭ ଯୋଗୁ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଥିଲା। ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଲୋକଙ୍କୁ ବେଶ କିଛି ଘଣ୍ଟା ଧରି ବୁଝାସୁଝା କରିଥିଲେ। ତୁରନ୍ତ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଦିନ ୧୨ଟା ସମୟରେ ରାସ୍ତା ଅବରୋଧ ହଟିଥିଲା। ଏହାପରେ ଜାତୀୟ ରାଜପଥରେ ଯାତାୟାତ ସ୍ଵାଭାବିକ ହୋଇଥିଲା। ପୁଲିସ ମୃତଦେହକୁ ଜବତ କରିବା ସହ ଦୁର୍ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking