23.1 C
Bhubaneswar
Sunday, February 8, 2026
Homeଓଡିଶାଦୁର୍ଘଟଣାରେ ବାଇକ୍ ଚାଳକ ମୃତ

ଦୁର୍ଘଟଣାରେ ବାଇକ୍ ଚାଳକ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ପଇଦାଭୂଇଁ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣକଙ୍କ ମୃତ୍ୟୁ ହୋଇଛି । ମୃତକ ଛତ୍ରଙ୍ଗ ଗାଁର ଅମୁଲ୍ୟ ବେହେରା (୨୩) ବୋଲି ଜଣାପଡ଼ିଛି ।ସୂଚନା ମୁତାବକ, ଅମୁଲ୍ୟ ଗତକାଲି ବିଳମ୍ବିତ ରାତିରେ ବାଇକ୍ ଯୋଗେ ଭାବପୂରରୁ -କୁଶଙ୍ଗ ଆଡ଼କୁ ଫେରୁଥିଲେ । ଏହି ସମୟରେ ପଇଦାଭୂଇଁ ପୋଲ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଧାନ ବିଲରେ ପଡିଥିଲା । ସକାଳୁ ସକାଳୁ କିଛି ସ୍ଥାନୀୟ ଲୋକେ ଦେଖି ପୁଲିସ କୁ ଖବର ଦେଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ରବିବାର ସକାଳେ ହରଭଙ୍ଗା ମେଡିକାଲରେ ନିଆଯାଇଥିଲା। ହେଲେଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ହରଭଙ୍ଗା ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking