17.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶଲିଫ୍ଟ ନାଁରେ ଦୁଷ୍କର୍ମ କଲେ ବାଇକର

ଲିଫ୍ଟ ନାଁରେ ଦୁଷ୍କର୍ମ କଲେ ବାଇକର

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ଛାତ୍ରୀଙ୍କୁ ଲିଫ୍ଟ ଦେବା ନାଁରେ ଦୁଷ୍କର୍ମ କରିଛନ୍ତି ଜଣେ ବାଇକର । ବେଙ୍ଗାଲୁରୁ ଠାରେ ଏପରି ଘଟଣା ଘଟିଛି । ଇଷ୍ଟ ଜୋନ୍ ଏସିପି ରମଣ ଗୁପ୍ତା କହିଛନ୍ତି, ପୀଡ଼ିତାଜଣକ ଏକ ଡିଗ୍ରୀ କଲେଜର ଶେଷ ବର୍ଷର ଛାତ୍ରୀ । ସେ ଶନିବାର ବିଳମ୍ବିତ ରାତିରେ କୋରାମଙ୍ଗଲାରଆ ଆୟୋଜିତ ଗୋଟିଏ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ ।

ସେଠାରୁ ସେ ହେବ୍ୱାଗୋଡ଼ି ସ୍ଥିତ ନିଜ ଘରକୁ ଫେରୁଥିଲେ । ସେ ଏକାକୀ ଫେରୁଥିବା ବେଳେ ଜଣେ ବାଇକର ତାଙ୍କ ପାଖରେ ପହଞ୍ଚ ଲିଫ୍ଟ ଅଫର ଦେଇଥିଲେ । ଛାତ୍ରୀ ଜଣଙ୍କ ମଧ୍ୟ ଶୀଘ୍ର ଘରେ ପହଞ୍ଚିବା ପାଇଁ ତାଙ୍କ ଗାଡ଼ିରେ ବସି ପଡ଼ିଥିଲେ । ଏହାର ଫାଇଦା ଉଠାଇ ବାଇକର ଜଣକ ତାଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ତାଙ୍କୁ ସେଠାରେ ସେ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲେ । ଘଟଣା ପରେ ସେ ଫେରାର ହୋଇଯାଇଛନ୍ତି । ପୀଡ଼ିତା ଜଣଙ୍କ ଗୋଟିଏ ଡିଗ୍ରୀ କଲେଜର ଶେଷ ବର୍ଷର ଛାତ୍ରୀ ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking