26.1 C
Bhubaneswar
Wednesday, February 4, 2026
Homeଓଡିଶାବାଇକ୍‌-ସ୍କୁଟି ଧକ୍କା: ଦମ୍ପତି ମୃତ

ବାଇକ୍‌-ସ୍କୁଟି ଧକ୍କା: ଦମ୍ପତି ମୃତ

ଦିଗପହଣ୍ଡି: ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗଣିଆନାଳ ଛକ ନିକଟସ୍ଥ ମା’ କୁରେଇଶୁଣି ମନ୍ଦିର ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଟାରେ ଏକ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଢେପାଗୁଡା ଗ୍ରାମର ପ୍ରତାପ ମଲ୍ଲିକ (୩୫) ଓ ସ୍ତ୍ରୀ ଲଳିତା ମଲ୍ଲିକ (୩୦)। ତେବେ ତାଙ୍କ ୨ ବର୍ଷରୁ ଊର୍ଦ୍ଧ୍ୱ ଶିଶୁ ସମେତ ଆର୍‌. ଉଦୟଗିରି ଅଞ୍ଚଳର ବାଇକ ଚାଳକ ସୁନୀଲ ଦଳାଇ (୩୬) ଗୁରୁତର ଆହତ ହୋଇଛନ୍ତି। ଲଳିତା ୮ ମାସର ଗର୍ଭବତୀ ରହିଥିବା ହେତୁ ମଧ୍ୟାହ୍ନ ସମୟରେ ସ୍ୱାମୀ ଓ ଶିଶୁ ସହ ସ୍କୁଟି ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଯାଇଥିଲେ। ମେଡିକାଲ କାମ ସାରି ସନ୍ଧ୍ୟାରେ ଗ୍ରାମକୁ ଫେରୁଥିବା ବେଳେ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ସୁନୀଲଙ୍କ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଯାହାଫଳରେ ସମସ୍ତେ ରାସ୍ତାର ଉଭୟ ପାର୍ଶ୍ୱରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେଡାକ୍ତର ପ୍ରତାପ ଓ ଲଳିତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୁରୁତର ସୁନୀଲଙ୍କ ଚିକିତ୍ସା କରାଯାଉଛି। ତେବେ ଶିଶୁଟି ମାଆ ବାପାକୁ ହରାଇ ବାହୁନି ବାହୁନି କାନ୍ଦୁଥିବା ବେଳେ ମେଡିକାଲ ପରିସର ପରିବାର ଲୋକଙ୍କ କ୍ରନ୍ଦନରେ ଫାଟି ପଡୁଥିଲା । ଖବରପାଇ ଦିଗପହଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ଦୁଇ ମୃତଦେହ ଜବତ କରି ତଦନ୍ତ ଚଳାଇବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିଛନ୍ତି। ଶନିବାର ସକାଳୁ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking