25.1 C
Bhubaneswar
Monday, February 23, 2026
Homeଓଡିଶାବାଇକ୍‌କୁ ପିଟିଦେଲା ଓଏସ୍‌ଆରଟିସି ବସ୍‌; ଜଣେ ମୃତ

ବାଇକ୍‌କୁ ପିଟିଦେଲା ଓଏସ୍‌ଆରଟିସି ବସ୍‌; ଜଣେ ମୃତ

କଣ୍ଟାମାଳ : ବାଇକ୍‌କୁ ଧକ୍କା ଦେଲା ଓଏସ୍‌ଆରଟିସି ବସ୍। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଆଇଁଲାଚୁଆଁ ଛକ ନିକଟରେ ଏହି ଓଏସ୍‌ଆରଟିସି ବସ୍‌ଟି କଣ୍ଟାମାଳରୁ ରାଜଧାନୀ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ବସ୍‌ଟି ଧକ୍କା ଦେବା ପରେ ଜଣେ ବାଇକ ଆରୋହୀ ବସ୍‌ ଚକାତଳେ ପଡ଼ି ଯାଇଥିଲେ।ଅନ୍ୟ ଜଣେ ଛିଟିକି ଟିକେ ଦୂରରେ ପଡ଼ିଥିଲେ। ବସ୍‌ ଚକା ତଳେ ପଡ଼ିଥିବା ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କର ପରିଚୟ ମିଳି ନଥିବା ବେଳେ ଗୁରୁତର ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୁରଲୀ କହଁର। ତାଙ୍କ ଘର ନୂଆଁପାଲି ଗାଁରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking