19.1 C
Bhubaneswar
Tuesday, February 3, 2026
Homeଓଡିଶାପୋଲ ଉପରୁ ଖସିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ପୋଲ ଉପରୁ ଖସିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ତୁରେକେଲା ଏବଂ ମହାଖଣ୍ଡ ମଧ୍ୟରେ ଥିବା ସେତୁରେ ଘଟିଛି। ମୃତକ ଜଣକ ଖରିଆର ଥାନା ସୀମା ଅନ୍ତର୍ଗତ ବଡ଼ଦେଉଳା ଗ୍ରାମର ଯୋଗେନ୍ଦ୍ର ମାଝୀ ବୋଲି ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ଯୋଗେନ୍ଦ୍ର ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ଅନ୍ୟ ଜଣେ ଯୁବକଙ୍କ ସହିତ ଘରକୁ ଫେରୁଥିବା ବେଳେ ତୁରେକେଲା ଏବଂ ମହାଖଣ୍ଡ ଗ୍ରାମ ମଧ୍ୟରେ ଥିବା ସେତୁ ନିକଟରେ ଦୁର୍ଘଟଣା ଘଟିଥିଲା।

ଦୁଇଜଣ ବାଇକରେ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସି ପଡ଼ିଲେ। ତେଣୁ, ଯୋଗେନ୍ଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ବ୍ୟକ୍ତିଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୋଗେନ୍ଦ୍ର ମାଝୀଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମାମଲାର ଅଧିକ ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking