24.1 C
Bhubaneswar
Friday, March 20, 2026
Homeଓଡିଶାମାଆ ଜଗତଜନନୀ ଦୁର୍ଗାଙ୍କ ଭସାଣ ଉତ୍ସବ, ବିକଟାଳ ବାଜିଲେ ଡିଜେ ସିଜ୍‌

ମାଆ ଜଗତଜନନୀ ଦୁର୍ଗାଙ୍କ ଭସାଣ ଉତ୍ସବ, ବିକଟାଳ ବାଜିଲେ ଡିଜେ ସିଜ୍‌

ଭୁବନେଶ୍ୱର : ଭୁବନେଶ୍ବରରେ ଆଜି ମାଆ ଜଗତଜନନୀ ଦୁର୍ଗାଙ୍କ ଭସାଣ ଉତ୍ସବ । ହେଲେ ଚଳିତବର୍ଷ ବିନା ଡିଜେରେ ମାଆଙ୍କ ଭସାଣ ପାଇଁ ସରକାର ଘୋଷଣା କରିଥିଲେ । ଅର୍ଥାତ ଭସାଣ ଉତ୍ସବରେ ଡିଜା ବାଜିବା ଉପରେ କଟକଣା ଲଗାଯାଇଥିଲା । ହେଲେ ଡିଜେ ବଜାଇବା ପାଇଁ ରାଜଧାନୀର ପୂଜା କମିଟି ଗୁଡିକୁ ଅନୁମିତ ମିଳିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଡିଜେ ବଜାଇବାକୁ ପୂଜା କମିଟିଗୁଡିକୁ ଅବଗତ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।

ଡିସିପି କହିଛନ୍ତି, ଡିଜେ ବଜାଇବାକୁ ଅନୁମତି ଦିଆଯାଇଛି । ହେଲେ ନିୟମ ମୁତାବକ ପୂଜା କମିଟିମାନେ ଡିଜେ ବଜାଇବେ । ଯିଏ ନିୟମ ଅମାନ୍ୟ କରିବ ତାଙ୍କ ବିରୋଧରେ ଆକ୍ସନ ନିଆଯିବ । ଡିଜେ ଗାଡ଼ି ସିଜ୍ କରାଯିବ ବୋଲି ଡିସିପି କହିଛନ୍ତି ।  ଭସାଣରେ କମ୍ ସାଉଣ୍ଡରେ ଡିଜେ ବଜାଇ ପାରିବେ ପୂଜା କମିଟି। ହାଇକୋର୍ଟଙ୍କ ଅନମିତି ମୁତାବକ ୬୫ ଡେସିବେଲ୍ କର୍ଯ୍ୟନ୍ତ ବଜାଇ ପାରିବେ। ତା’ ଠାରୁ ଅଧିକ ବଜାଇଲେ କି ବିକଟାଳ ସାଉଣ୍ଡ କଲେ ଡିଜେ ସିଜ୍ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking