31.1 C
Bhubaneswar
Tuesday, March 31, 2026
Homeଓଡିଶାବିଜୁ ଝଡ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବିଜୁ ଝଡ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଓଡିଶା ବିଧାନସଭା ବଜେଟ ଅଧିବେଶନରେ ଦେଖାଦେଇଛି ବିଜୁ ଝଡ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଗୃହରେ ହୋହଲ୍ଲା କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ ଗୃହରେ ହୋହଲ୍ଲା ହୋଇଥିଲା । ହୁଏତ ଆଜି ବିରୋଧୀଙ୍କ ସମାନ ପ୍ରସଙ୍ଗ ନଥିଲା । ଆଜି ଗୃହରେ ବିଜୁ ଝଡ ଦେଖାଦେଇଥିଲା । ସୁରୁଖୁରୁରେ ଚାଲିପାରିଲାନି ପ୍ରଶ୍ନକାଳ । ଧୋଇ ହୋଇଗଲା ଗୃହ କାର୍ଯ୍ୟ । ବିରୋଧୀ ଏଭଳି ହଙ୍ଗାମା ଜାରି ରଖିବାରୁ ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କୁ ପ୍ରଶ୍ନକାଳରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ତଥାପି କାହାରି କଥାକୁ ଖାତିର ନକରି ସେମାନଙ୍କ ଜିଦରେ ଅଟଳ ଥିଲେ । ଆହୁରି ହୋହଲ୍ଲା କରି ପ୍ରତିବାଦ କରିଥିଲେ । ଏନେଇ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ମୁଲତବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking