22.1 C
Bhubaneswar
Saturday, February 14, 2026
Homeଓଡିଶାମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେବ

ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେବ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସ୍ବାଧୀନୋତ୍ତର ଓଡ଼ିଶା ନିର୍ମାଣର ସ୍ଥପତି ବିଜୁ ପଟ୍ଟନାୟକଙ୍କର ୧୦୯ତମ ଜନ୍ମ ଦିବସ । ଏହା ବିଜୁ ଜନତା ଦଳର ପ୍ରତ୍ୟେକଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ବିଜୁ ଜନତା ଦଳ ଏହି ଦିବସକୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପାଳନ କରିବା ପାଇଁ ସ୍ଥିରୀକୃତ ହୋଇଛି । ଏହି ଉପଲକ୍ଷେ ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ, ନିର୍ବାଚିତ ପ୍ରତିନିଧ ବୃନ୍ଦ ଓ ସକ୍ରିୟ ସଦସ୍ୟା, ସଦସ୍ୟ ତଥା ଦଳର ପ୍ରମୁଖ ଛାମୁଆ ସଂଗଠନ ଯଥା ବିଜୁ ଯୁବ ଜନତା, ଛାତ୍ର ଜନତା ଓ ମହିଳା ଜନତା ଦଳର ଏବଂ ସମୁଖ୍ୟର ଆଗୁଆ ସାଥୀମାନେ ଜୟନ୍ତୀ ସଭା/ ଆଲୋଚନା ଚକ୍ର ମାଧ୍ୟମରେ ‘ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିବେ । ପ୍ରାରମ୍ଭରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦେଶାତ୍ମକବୋଧ ସଙ୍ଗୀତ ଗାନ କରିବେ । ସବିଶେଷ କାର୍ଯ୍ୟକ୍ରମ ବିଷୟ କ୍ଷେତ୍ରୀୟ ସ୍ତରରେ ନିଷ୍ପତ୍ତି ନେବେ । ଏହାସହିତ ପ୍ରତିବର୍ଷ ପରି ଆସନ୍ତା ମାର୍ଚ୍ଚ ୮ ତାରିଖରେ ‘ଆନ୍ତର୍ଜାତିକ ମହିଳା ଦିବସ’ । ଏହି ଦିବସଟିକୁ ମହିଳା ପ୍ରତିନିଧ୍ ଓ ଅଗ୍ରଣୀ ମହିଳା ଅନୁଷ୍ଠାନ ମାନଙ୍କୁ ସମ୍ପୃକ୍ତି କରେଇ ବିଜୁ ମହିଳା ଜନତା ଦଳ ନିର୍ବାଚନ ମଣ୍ଡଳୀ/ବ୍ଲକ/ପୌରାଞ୍ଚଳ ସ୍ତରରେ ପାଳନ କରିବେ । ମହିଳା ମାନଙ୍କୁ ସଶକ୍ତ କରିବାରେ ବିଜୁ ଜନତା ଦଳ ସରକାର ନେଇଥିବା ପଦକ୍ଷେପ ଓ ମହିଳା ବିକାଶ ପାଇଁ ବିଜେଡିର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking