15.1 C
Bhubaneswar
Friday, December 19, 2025
Homeଓଡିଶାମହିଳା କମିଶନର କାର୍ଯ୍ୟାଳୟ ଆଗରେ ବିଜୁ
ମହିଳା ଜନତା ଦଳର ଧାରଣା

ମହିଳା କମିଶନର କାର୍ଯ୍ୟାଳୟ ଆଗରେ ବିଜୁ
ମହିଳା ଜନତା ଦଳର ଧାରଣା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ମହିଳା ଓ ଶିଶୁମାନେ ଅସୁରକ୍ଷିତ ମନେକରିବା ସହିତ ନିର୍ଯାତନା ଓ ଦୁଷ୍କର୍ମ ହାର ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ରାଜ୍ୟରେ ବିଜେପି ସରକାର ଆସିବାର ୧୪ ମାସ ବିତିଗଲା ପରେ ମଧ୍ୟ ରାଜ୍ୟ ମହିଳା କମିଶନ ଓ ଶିଶୁ ସୁରକ୍ଷା କମିଶନ ପଦବୀ ଏପର୍ଯ୍ୟନ୍ତ ବି ପୂରଣ ହୋଇପାରିଲା ନାହିଁ । ଏହାର ପ୍ରତିବାଦରେ ଆଜି ସକାଳ ୧୧ ଘଟିକା ସମୟରେ ବିଜୁ ମହିଳା ଜନତା ଦଳ ତରଫରୁ ରାଜ୍ୟ ମହିଳା କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଣ୍ଟା କାଳ ଗଣଧାରଣା ଦିଆଯାଇଥିଲା ।

ଗୋଟିଏ ନାରୀ ଉପରେ ଅତ୍ୟାଚାର ହେଲେ ପ୍ରଥମେ ସେ ମହିଳା କମିଶନରେ ଦ୍ୱାରସ୍ଥ ହୋଇଥାଏ । ହେଲେ ଦୁଃଖ ଓ ପରିତାପର କଥା ମହିଳା କମିଶନ ଓ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷ ଏପର୍ଯ୍ୟନ୍ତ ନିଯୁକ୍ତ ଦେଲେ ନାହିଁ । ଯଦି ସରକାର ଆଗାମୀ ଦିନରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ପୂରଣ ନକରନ୍ତି ବିଜୁ ମହିଳା ଜନତା ଦଳ କମିଶନ ଅଫିସରେ ତାଲା ପକାଇବା ସହିତ ଘେରାଉ କରିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପୂରଣ ନହେବାରୁ ରାଜ୍ୟର ବିଭିନ୍ନ ଅତ୍ୟାଚାରର ଶିକାର ହୋଇଥିବା ମହିଳା ଓ ଶିଶୁ ନିଜ ନିଜର ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

ବିଜୁ ମହିଳା ଜନତା ଦଳର ଏହି ଧାରଣାରେ ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଶ୍ରୀମତୀ କସ୍ତୁରୀ ମହାପାତ୍ର, ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଖ୍ରୀ ସାମନ୍ତସିଂହାର, ଶ୍ରୀମତୀ ରଂଜିତା ସାହୁ, ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ, ଶ୍ରୀମତୀ ଇଲା ସ୍ୱାଇଁ, ଶ୍ରୀମତୀ ଲୋରା ମହାପାତ୍ର, ଶ୍ରୀମତୀ ଭାରତୀ ସିଂ, ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ, ଶ୍ରୀମତୀ ସୁମିତ୍ରା ଜେନା, ଶ୍ରୀମତୀ ମାନସୀ ସୁନ୍ଦରାୟ, ଶ୍ରୀମତୀ ରଞ୍ଜୁଲତା ରାୟ, ଶ୍ରୀମତୀ ପୁଷ୍ପାଞ୍ଜଳି ସେଠୀ, ଶ୍ରୀମତୀ ପୁଷ୍ପା ରାଉତ, ଶ୍ରୀମତୀ ପଦ୍ମଜା ପି୍ରୟଦର୍ଶିନୀ, ଶ୍ରୀମତୀ ରୁନୁ ଜେନା, ଶ୍ରୀମତୀ କିରଣବାଳା ମାଝୀ, ଶ୍ରୀମତୀ ଶ୍ରମିତା ମହାନ୍ତି, ଶ୍ରୀମତୀ ତିଳୋତ୍ତମା ଚୌଧୁରୀ, ଶ୍ରୀମତୀ ସ୍ମୀତା ସ୍ୱାଇଁ, ଶ୍ରୀମତୀ ଅନୂସୟା ରାୟ, ଶ୍ରୀମତୀ ପୂଜା ମହାରଣା, ଶ୍ରୀମତୀ ମୋନାଲିସା ବେହେରାଙ୍କ ସମେତ ବହୁ ନାରୀନେତ୍ରୀ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking