15.1 C
Bhubaneswar
Saturday, December 6, 2025
Homeଓଡିଶାବିହାର ସାଧାରଣ ନିର୍ବାଚନ: ଇସିଆଇନେଟରେ ପ୍ରକାଶ ପାଇଲା ଇଣ୍ଡେକ୍ସ କାର୍ଡ

ବିହାର ସାଧାରଣ ନିର୍ବାଚନ: ଇସିଆଇନେଟରେ ପ୍ରକାଶ ପାଇଲା ଇଣ୍ଡେକ୍ସ କାର୍ଡ

ଭୁବନେଶ୍ବର: ୧. ଭାରତ ନିର୍ବାଚନ ଆୟୋଗ (ECI) ବିହାର ବିଧାନସଭା ସାଧାରଣ ନିର୍ବାଚନ, ୨୦୨୫ର ସଫଳ ପରିଚାଳନା ଉଦ୍ଦେଶ୍ୟରେ ପ୍ରଥମଥର ପାଇଁ ଗ୍ରହଣ କରିଛି ଅନେକ ନୂତନ ପଦକ୍ଷେପ ।
୨. ଏହି ନିର୍ବାଚନରେ ନିର୍ବାଚନ ଆୟୋଗ ପ୍ରାୟ ୧୭ଟି ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି । (ପରିଶିଷ୍ଟ)
୩. ବିହାରରେ ୧୯୫୧ ପରଠାରୁ, ସର୍ବାଧିକ ମତଦାନ ପ୍ରତିଶତ-୬୭.୧୩%* ହାସଲ କରାଯାଇଛି ।
୪. ବିହାରରେ ୧୯୫୧ ପରଠାରୁ, ମହିଳା ଭୋଟରଙ୍କର ସର୍ବାଧିକ ଅଂଶଗ୍ରହଣ- ୭୧.୭୮% ହୋଇପାରିଛି ।
୫. ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପରେ କୌଣସି ଭୋଟରଙ୍କୁ ଭୁଲ ଭାବରେ ଅନ୍ତର୍ଭୁକ୍ତ କିମ୍ବା ବାଦ ଦେବା ବିରୁଦ୍ଧରେ ଆବେଦନ, ବିହାରର ୩୮ଟି ଜିଲ୍ଲାର ମତଦାତା କିମ୍ବା ୧୨ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ଆସି ନାହିଁ ।
୬. ବିହାର ବିଧାନସଭା ନିର୍ବାଚନ ୨୦୨୫ ରେ ଶୂନ୍ୟ ପୁନଃନିର୍ବାଚନ
* ୨,୬୧୬ ପ୍ରାର୍ଥୀଙ୍କ ମଧ୍ୟରୁ କେହି ଜଣେ ବି ପୁନଃନିର୍ବାଚନ ପାଇଁ ଅନୁରୋଧ କରିନାହାଁନ୍ତି
* ୧୨ ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ମଧ୍ୟରୁ କେହି ପୁନଃନିର୍ବାଚନ ପାଇଁ ଅନୁରୋଧ କରିନାହାଁନ୍ତି
୭. ଭୋଟ ଗଣନା ପ୍ରକ୍ରିୟା ୨୪୩ ରିଟର୍ଣ୍ଣିଂ ଅଫିସର (RO) ଙ୍କ ନେତୃତ୍ୱରେ ୨୪୩ ପର୍ଯ୍ୟବେକ୍ଷକଙ୍କ ମାର୍ଗଦର୍ଶନ ଏବଂ ୨,୬୧୬ ପ୍ରାର୍ଥୀଙ୍କ ଦ୍ୱାରା ନିଯୁକ୍ତ ୩୧,୭୬୮ ଜଣ ଏଜେଣ୍ଟଙ୍କ ଉପସ୍ଥିତିରେ କରାଯାଇଥିଲା ।
୮. ଅନ୍ୟ ଏକ ପ୍ରମୁଖ ପଦକ୍ଷେପ କ୍ରମେ: ପ୍ରଥମ ଥର ପାଇଁ, ବିହାର ନିର୍ବାଚନ ଏବଂ ୮ ଟି ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନର ଫଳାଫଳ ଘୋଷଣାର ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ ଇଣ୍ଡେକ୍ସ କାର୍ଡ** ଉପଲବ୍ଧ କରାଯାଇଛି । ଇ.ସି.ଆଇ.ନେଟ୍ ପ୍ରଚଳନ ପୂର୍ବରୁ, ଇଣ୍ଡେକ୍ସ କାର୍ଡ ପ୍ରକାଶନ ପାଇଁ ଅନେକ ସପ୍ତାହ ବେଳେବେଳେ ଅନେକ ମାସ ଲାଗୁଥିଲା କାରଣ କ୍ଷେତ୍ର ଅଧିକାରୀମାନେ ତଥ୍ୟ ଗୁଡିକୁ ମାନୁଆଲୀ ପୂରଣ କରୁଥିଲେ। ଅନିର୍ଦ୍ଧିଷ୍ଟ
୯. ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରେ ଅନିୟମିତ ଭାବେ ଚୟନ କରାଯାଇଥିବା ଯେକୌଣସି ୫ ଟି ମତଦାନ କେନ୍ଦ୍ରରେ (ମୋଟ ୧,୨୧୫ ମତଦାନ କେନ୍ଦ୍ର) ଭି.ଭି.ପ୍ୟାଟ୍ ସ୍ଲିପର ବାଧ୍ୟତାମୂଳକ ଯାଞ୍ଚ କରାଯାଇଥିଲା ଏବଂ କୌଣସି ସ୍ଥାନରେ ଇ.ଭି.ଏମ ଗଣନା ସହିତ ଏହାର ଅସଙ୍ଗତି ଦେଖା ଯାଇନଥିଲା ।
୧୦. ଇଣ୍ଡେକ୍ସ କାର୍ଡ ରିପୋର୍ଟଗୁଡ଼ିକରେ ବହୁବିଧ ତଥ୍ୟ ଯେପରି ପ୍ରାର୍ଥୀ, ଭୋଟର, ଭୋଟ୍ ସଂଖ୍ୟା, ଗଣନା ହୋଇଥିବା ଭୋଟ୍, ଦଳ ଅନୁଯାୟୀ ଏବଂ ପ୍ରାର୍ଥୀ ଅନୁଯାୟୀ ଭୋଟ୍ ସଂଖ୍ୟା ଇତ୍ୟାଦି ରହିଥାଏ । ଏହି ଇଣ୍ଡେକ୍ସ କାର୍ଡ ରିପୋର୍ଟଗୁଡ଼ିକୁ ଉଭୟ ପ୍ଲାଟଫର୍ମ ଯଥା ଇ.ସି.ଆଇ.ନେଟ୍ ଆପ୍ (About Elections Tab> Current Elections > Index Cards) ଏବଂ ନିର୍ବାଚନ ଆୟୋଗର ୱେବସାଇଟ୍ ରେ ପାଇପାରିବେ ।

ନିର୍ବାଚନ ଆୟୋଗ ପକ୍ଷରୁ ବିହାରରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହୋଇଥିବା ୧୭ଟି ପଦକ୍ଷେପ

କ. ଭୋଟର ତାଲିକା
୧. ବିହାରରେ ଭୋଟର ତାଲିକାର ଶୁଦ୍ଧିକରଣ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ କରଯାଇଥିଲା, ଏଥିରେ ଶୂନ୍ୟ ଆବେଦନ ରହିଥିଲା । ଏହା ସୁନିଶ୍ଚିତ କରିଥିଲା ଯେ କୌଣସି ଯୋଗ୍ୟ ଭୋଟର ବାଦ ପଡ଼ିବେ ନାହିଁ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ସାମିଲ କରାଯିବ ନାହିଁ।
୨. ବି.ଏଲ.ଓଙ୍କ ପାରିଶ୍ରମିକ ଦ୍ୱିଗୁଣ କରାଯାଇଥିଲା, ବି.ଏଲ.ଓ ପର୍ଯ୍ୟବେକ୍ଷକ, ପୋଲିଂ/ଗଣନା କର୍ମଚାରୀ, CAPF, ମନିଟରିଂ ଦଳ ଏବଂ ମାଇକ୍ରୋ-ପର୍ଯ୍ୟବେକ୍ଷକଙ୍କର ପାରିଶ୍ରମିକ ମଧ୍ୟ ବୃଦ୍ଧି କରାଯାଇଥିଲା । ପ୍ରଥମ ଥର ପାଇଁ ERO ଏବଂ AERO ପାଇଁ Honorarium ରଖାଯାଇଥିଲା ।
୩. ଭୋଟର ତାଲିକାରେ ଅପଡେଟ୍ ହେବାର ୧୫ ଦିନ ମଧ୍ୟରେ EPICର ଦ୍ରୁତ ବିତରଣ କରାଯାଇଛି ।
୪. ତୃଣମୂଳ ସ୍ତରରେ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ BLOଙ୍କୁ ମାନକ ଫଟୋ ପରିଚୟ ପତ୍ର ପ୍ରଦାନ କରଯାଇଥିଲା।

ଖ. ତାଲିମ
୫. ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନେ ପ୍ରଥମ ଥର ପାଇଁ ଦିଲ୍ଲୀର IIIDEM ଠାରେ ତାଲିମ ନେଇଥିଲେ ।
୬. ବିହାରର ସମସ୍ତ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ବୁଥ୍ ସ୍ତରୀୟ ପ୍ରତିନିଧି (BLA) ପ୍ରଥମ ଥର ପାଇଁ IIIDEMରେ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ବିଷୟରେ ତାଲିମ ନେଇଥିଲେ ।
୭. ନିର୍ବାଚନ ସମୟରେ ଆଇନ ଶୃଙ୍ଖଳାର ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ବିହାର ପୋଲିସ ପାଇଁ ସ୍ୱତନ୍ତ୍ର ତାଲିମ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

ଗ . ନିର୍ବାଚନ ପରିଚାଳନା
୮. ବୁଥ୍ ରେ ଭିଡ଼ ହ୍ରାସ କରିବା ପାଇଁ ପ୍ରତି ମତଦାନ କେନ୍ଦ୍ରରେ ଭୋଟରଙ୍କ ସଂଖ୍ୟାକୁ ୧୨୦୦ ମଧ୍ୟରେ ସୀମିତ ରଖାଯାଇଥିଲା, ସହରାଞ୍ଚଳରେ ଥିବା ଉଚ୍ଚ ଆବାସିକ କମ୍ପ୍ଲେକ୍ସ ଏବଂ ସୋସାଇଟିଗୁଡ଼ିକରେ ଅତିରିକ୍ତ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା ।
୯. ଭୋଟରଙ୍କ ସୁବିଧା ପାଇଁ ମତଦାନ କେନ୍ଦ୍ର ବାହାରେ ମୋବାଇଲ୍ ଜମା ସୁବିଧା କରାଯାଇଥିଲା ।
୧୦. ଭୋଟର ସୂଚନା ସ୍ଲିପ୍ (VIS) ରେ କ୍ରମିକ ଏବଂ ଅଂଶ ସଂଖ୍ୟା ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରଯାଇଥିଲା ।
୧୧. ECINet ଆପରେ ଭୋଟର ଏବଂ ମତଦାନ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସକ୍ରିୟ ମଡ୍ୟୁଲ୍ ଅଣାଯାଇଥିଲା ।
୧୨. ECINet ରେ ପ୍ରିଜାଇଡିଂ ଅଫିସର ଦ୍ୱାରା ଭୋଟର ମତଦାନ ହାର ପ୍ରାୟତଃ ପ୍ରକୃତ ସମୟରେ ଅପଡେଟ୍ କରାଯାଇଛି।
୧୩. ମତଦାନ କେନ୍ଦ୍ରର ୧୦୦ ମିଟର ମଧ୍ୟରେ କୌଣସି ପ୍ରାର୍ଥୀଙ୍କୁ ନିଜର ବୁଥ୍ ସ୍ଥାପନ କରିବାକୁ ଅନୁମତି ଦିଆଯାଇ ନାହିଁ।
୧୪. ଗୁରୁତ୍ୱପୂର୍ଣ୍ଣ ମତଦାନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ୧୦୦ % ୱେବକାଷ୍ଟିଂ ସୁବିଧା ନିଶ୍ଚିତ କରାଯାଇଥିଲା।
୧୫. ଇ.ଭି.ଏମ ବାଲଟ୍ ପେପରରେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ମୁଦ୍ରଣ କରାଯାଇଥିଲା ଏବଂ ତଥ୍ୟ ଗୁଡିକୁ ଅଧିକ ପଠନୀୟ କରାଯାଇଥିଲା ।
ଘ. ଗଣନା
୧୬. ଯଦି ଫର୍ମ ୧୭ସି ଏବଂ ଇ.ଭି.ଏମ ତଥ୍ୟ ମଧ୍ୟରେ ମେଳ ନ ଖାଉଛି ଏବଂ ଯେଉଁଠାରେ ମକ୍ ପୋଲ ତଥ୍ୟ ଭୁଲବଶତଃ ଲିଭାଇ ଦିଆଯାଇନାହିଁ, ସେଠାରେ ବାଧ୍ୟତାମୂଳକ ଭି.ଭି.ପ୍ୟାଟ ଗଣନାର ନିର୍ଦ୍ଦେଶ ଦିଆଯାଇଥିଲା ।
୧୭. ପୋଷ୍ଟାଲ୍ ବାଲଟ୍ ପେପର ଗଣନା ପରେ ହିଁ ଇ.ଭି.ଏମ/ଭି.ଭି. ପ୍ୟାଟ ଗଣନାର ଉପାନ୍ତ (ଦ୍ଵିତୀୟ ଶେଷ) ପର୍ଯ୍ୟାୟ ଆରମ୍ଭ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking