ବିହାର: ବିହାର ବିଧାନସଭା ନିର୍ବାଚନରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି । ଦିନ ୧ଟା ସୁଦ୍ଧା ବିହାରରେ ୪୨.୩୧% ଭୋଟିଂ ହୋଇଛି । ସୂଚନାଥାଉକି, ବିହାର ବିଧାନସଭା ନିର୍ବାଚନରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦିନ ୧୧ଟା ସୁଦ୍ଧା ବିହାରରେ ୨୩.୭୧% ଭୋଟିଂ ହୋଇଥିଲା । ସୂଚନାଥାଉ କି, ସକାଳ ୯ଟା ସୁଦ୍ଧା ୧୩.୧୩ ପ୍ରତିଶତ ଭୋଟିଙ୍ଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ କରିବେ । ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୭୫ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ୧ କୋଟି ୯୮ଲକ୍ଷ ପୁରୁଷ ଓ ୧ କୋଟି ୭୬ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।










