28.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବିହାରରେ ଭାଙ୍ଗିଲା ୨୭ ବର୍ଷର ରେକର୍ଡ : ଶେଷ ପର୍ଯ୍ୟାୟରେ ୬୮.୫୨% ମତଦାନ

ବିହାରରେ ଭାଙ୍ଗିଲା ୨୭ ବର୍ଷର ରେକର୍ଡ : ଶେଷ ପର୍ଯ୍ୟାୟରେ ୬୮.୫୨% ମତଦାନ

ପାଟନା: ବିହାରରେ ଦ୍ୱିତୀୟ ଅର୍ଥାତ୍ ଶେଷ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ମଙ୍ଗଳବାର ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି। ଏଥିସହ ବିହାର ବିଧାନସଭା ନିର୍ବାଚନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଯାଇଛି ଏବଂ ଏବେ କେବଳ ଫଳାଫଳକୁ ଅପେକ୍ଷା ରହିଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ମୋଟ୍ ୬୮.୫୨% ମତଦାନ ହୋଇଛି, ଯାହାକି ଏକ ସର୍ବକାଳୀନ ରେକର୍ଡ। ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହାର ୨୭ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଏକ ନୂଆ ରେକର୍ଡ ସ୍ଥାପନ କରିଛି। ୨୭ ବର୍ଷ ପୂର୍ବେ ଅର୍ଥାତ୍ ୧୯୯୮ରେ ହୋଇଥିବା ଭୋଟିଂରେ ସର୍ବାଧିକ ୬୪.୬% ମତଦାନ ହୋଇଥିଲା। ୨୦୦୦ ମସିହାରେ ୬୨.୫୭% ମତଦାନ ହୋଇଥିଲା। ଏଥର ଗତ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ (୧୨୧ ଆସନ)ରେ ୬୫%ରୁ ଅଧିକ ମତଦାନ ହୋଇଥିବା ବେଳେ ୧୧ରେ ଅନୁଷ୍ଠିତ ୨ୟ ପର୍ଯ୍ୟାୟରେ ଅପରାହ୍ନ ୫ଟା ସୁଦ୍ଧା ୬୮.୫୨% ମତଦାନ ହୋଇଛି। ସୁତରାଂ ବିହାର ପାଇଁ ହାରାହାରି ମତଦାନ ହାର ୬୫%ରୁ ଊର୍ଦ୍ଧ୍ୱ ରେକର୍ଡ କରାଯାଇଛି।

ଶେଷ ପର୍ଯ୍ୟାୟରେ ୩କୋଟି ୭୦ଲକ୍ଷରୁ ଅଧିକ ଯୋଗ୍ୟ ଭୋଟର ରହିଥିବା ବେଳେ ୬୭%ରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ସେହିପରି ଏହି ପର୍ଯ୍ୟାୟରେ ୧୨୨ ଆସନରେ ୧୩୦୨ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ଏମାନଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ କଏଦ୍ ହୋଇଯାଇଛି। ଆଜିର ଭୋଟ୍ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମୋଟ୍ ୪୫,୩୯୯ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରୁ ୪୦,୦୭୩ ମତଦାନ କେନ୍ଦ୍ର ଗ୍ରାମାଞ୍ଚଳରେ ରହିଥିଲା। ମୋଟ ମତଦାତାଙ୍କ ମଧ୍ୟରେ କେବଳ ୧.୭୫ କୋଟି ମହିଳା ଭୋଟର ସାମିଲ ଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନ ପାଇଁ ଏବଂ ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ ଆସନ ପାଇଁ ଭୋଟ୍ ଗ୍ରହଣ ସହ ମୋଟ୍ ୨୪୩ ଆସନ ପାଇଁ ଭୋଟ୍ ପ୍ରକ୍ରିୟା ଶେଷ ହୋଇଛି। ସୂଚନାଯୋଗ୍ୟ, ବିହାର ବିଧାନସଭାରେ ମୋଟ୍ ୨୪୩ଟି ଆସନ ଅଛି, ଏବଂ ବହୁମତ ପାଇଁ ୧୨୨ଟି ଆସନ ଆବଶ୍ୟକ। ଫଳାଫଳ ନଭେମ୍ବର ୧୪ ତାରିଖରେ ଘୋଷଣା କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking