26.1 C
Bhubaneswar
Saturday, April 4, 2026
Homeଓଡିଶାସ୍ୱତନ୍ତ୍ର ଅଭିଯାନର ଦ୍ୱାଦଶ ଦିନରେ ବଡ଼ ସଫଳତା : ଜବତ ହେଲା ୧. ୬୯ କୋଟି...

ସ୍ୱତନ୍ତ୍ର ଅଭିଯାନର ଦ୍ୱାଦଶ ଦିନରେ ବଡ଼ ସଫଳତା : ଜବତ ହେଲା ୧. ୬୯ କୋଟି ଟଙ୍କାର ବେଆଇନ ସାମଗ୍ରୀ

ଭୁବନେଶ୍ୱର: ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଚାଲୁଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ଦ୍ୱାଦଶ ଦିନରେ ଆଉ ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ପ୍ରାୟ ୧.୬୯ କୋଟି ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ବିଭିନ୍ନ ଜିଲ୍ଲାରୁ ଜବତ କରାଯାଇଛି Iବେଆଇନ ମଦ ଓ ନିଷିଦ୍ଧ ମାଦକ ଦ୍ରବ୍ୟ ବିରୋଧରେ ଚାଲିଥିବା ଏହି ଅଭିଯାନରେ ୨୯୨ଟି ମାମଲା ରୁଜୁ ସହ ସମ୍ପୃକ୍ତ ୧୬୮ ଜଣଙ୍କୁ ଅବକାରୀ ତଥା ଏନଡିପିଏସ ଆଇନର ଉଲଂଘନ ଅଭିଯୋଗରେ ଗିରଫ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ୧୩,୯୮୮ ଲିଟର ବେଆଇନ ମଦ, ୭୮୫ ଲିଟର duty – paid liquor ଜବତ ହୋଇଛି। ସେହିପରି ୧.୪୩ ଲକ୍ଷ ଲିଟର fermented wash (ବେଆଇନ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ପୋଚ) କୁ ନଷ୍ଟ କରାଯାଇଛି। ଅନ୍ୟପକ୍ଷରେ out-still liquor ରେ କଞ୍ଚାମାଲ ଭାବେ ବ୍ୟବହୃତ ୫୨୪ କିଲୋଗ୍ରାମ ମହୁଲ ଫୁଲ ଜବତ ହୋଇଛି। ଏହା ସହିତ ବେଆଇନ ସାମଗ୍ରୀ ପରିବହନରେ ବ୍ୟବହୃତ ୨୩ଟି ଗାଡି ଜବତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

NDPS ଆଇନ ଅନ୍ତର୍ଗତ ଅନ୍ୟ ଉଲ୍ଲେଖନୀୟ ବିଷୟ ଭାବେ ଏନଫୋର୍ସମେଣ୍ଟ ଟିମ ୧୩୨କିଲୋଗ୍ରାମ ଗଞ୍ଜେଇ ଓ ୩୩୨ ଗ୍ରାମ ହେରୋଇନ ଜବତ ସହ ୧୦ଟି ମାମଲା ରୁଜୁ କରିଛନ୍ତି। ଏହା ବିଭାଗର ବେଆଇନ ମାଦକଦ୍ରବ୍ୟ ବିରୋଧରେ ‘ଶୂନ୍ୟ ସହିଷ୍ଣୁତା’ ନୀତିକୁ ପ୍ରତିପାଦିତ କରୁଛି Iସୂଚନାଯୋଗ୍ୟକି ବେଆଇନ ମଦ ଓ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ମୁଳୋତ୍ପାଟନ ଏହି ସମନ୍ୱିତ ଅଭିଯାନର ମୂଳ ଲକ୍ଷ୍ୟ I “ଦ୍ୱାଦଶ ଦିନର ଏହି ସଫଳତା ବିଭାଗର ଦୃଢ଼ ସଙ୍କଳ୍ପକୁ ପ୍ରକାଶ କରୁଛି, ଯାହାର ଲକ୍ଷ୍ୟ ହେଉଛି ବେଆଇନ କାର୍ଯ୍ୟକଳାପକୁ ରୋକିବା ସହିତ ଜନସାଧାରଣଙ୍କ ଧନ ଓ ଜୀବନ ସୁରକ୍ଷିତ କରିବା”Iବିଭାଗ ପକ୍ଷରୁ ଜାରି ରହିଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ବିଭିନ୍ନ ସୂଚନା ଅଧାରରେ ଜୋରଦାର ଚଢ଼ାଉ ଜାରି ରହିଛି ଯାହାକି ଆଗାମୀ ଦିନରେ ମଧ୍ୟ ନିରନ୍ତର ଚାଲୁ ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking