27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶକେଜ୍‌ରିୱାଲଙ୍କୁ ବଡ଼ ଝଟ୍‌କା

କେଜ୍‌ରିୱାଲଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସମସ୍ୟା ଦୂର ହେବାର ନାଁ ଧରୁନି । ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ ଆଭେନ୍ୟୁ କୋର୍ଟ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଅଗଷ୍ଟ ୮ରେ ଶୁଣାଣି ହେବ । ତିହାର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ କେଜ୍‌ରିୱାଲଙ୍କ ଚେହେରା ହୋଇଥିଲା ।

ସିବିଆଇ ଅରବିନ୍ଦ କେଜ୍‌ରିୱାଲଙ୍କୁ ତିହାର ଜେଲରୁ ଗିରଫ କରିଥିଲା । କେଜ୍‌ରିୱାଲଙ୍କ ବ୍ୟତୀତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ବିଆରଏସ ନେତା କେ କବିତା ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଛନ୍ତି । ରାଉସ ଆଭେବ୍ୟୁ କୋର୍ଟ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏବଂ କେ କବିତାଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ଜୁଲାଇ ୧୨ରେ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking