24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶକେନ୍ଦ୍ରୀୟ କର୍ମଚାରୀ-ପେନସନଭୋଗୀଙ୍କୁ ବଡ ଝଟକା: ୧୮ ମାସର ଡିଏ ବକେୟା ଦେବେ ନାହିଁ ସରକାର

କେନ୍ଦ୍ରୀୟ କର୍ମଚାରୀ-ପେନସନଭୋଗୀଙ୍କୁ ବଡ ଝଟକା: ୧୮ ମାସର ଡିଏ ବକେୟା ଦେବେ ନାହିଁ ସରକାର

ନୂଆଦିଲ୍ଲୀ: ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଝଟକା ଦେଇଛନ୍ତି । ରାଜ୍ୟ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗଳବାର ଦିନ ରାଜ୍ୟସଭାରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କରୋନା ଅବଧିରେ ଅଟକାଯାଇଥିବା ସରକାରୀ କର୍ମଚାରୀଙ୍କ ୧୮ ପ୍ରତିଶତ ଡିଏ / ଡିଆର ବକେୟା ପ୍ରଦାନ କରାଯିବ ନାହିଁ । ନ୍ୟାସନାଲ କାଉନସିଲ୍ (ଜେସିଏମ୍‌) କର୍ମଚାରୀ ଦଳର ପ୍ରତିନିଧୀଙ୍କ ସମେତ ବିଭିନ୍ନ କର୍ମଚାରୀ ସଂଗଠନର ଡିଓପିଟିର ସଚିବ (ପି)ଙ୍କୁ ଅନୁରୋଧ କରିଥିଲେ ଯେ ୧୮ ମାସର ଡିଏର ବକେୟା କର୍ମଚାରୀଙ୍କ ଅଧିକାର । କରୋନା ଅବଧିରେ ଅଟକାଯାଇଥିବା ଡିଏ/ ଡିଆରର ବକେୟା କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ପ୍ରଦାନ କରାଯିବା ଉଚିତ୍ ।
ରାଜ୍ୟସଭା ସଦସ୍ୟ, ଜାଭେଦ ଅଲି ଖାନ ଏବଂ ରାମଜୀ ଲାଲ ଶର୍ମା ଏହି ପ୍ରଶ୍ନକୁ ଗୃହରେ ପଚାରିଥିଲେ ଯେ, କରୋନା ଅବଧି ସମୟରେ କର୍ମଚାରୀଙ୍କ ପାଇଁ ବନ୍ଦ ହୋଇଥିବା ଡିଏ/ ଡିଆର ବକେୟା ଦେୟ ରିଲିଜ୍ କରିବାରେ ସରକାର ସକ୍ରିୟ ଅଛନ୍ତି କି ନାହିଁ । ଉଭୟ ସାଂସଦ ପଚାରିଥିଲେ, ଯଦି ସରକାର ଏହି ଦେୟ ଛାଡୁ ନାହାନ୍ତି, ତେବେ ଏହାର କାରଣ କ’ଣ? ଭାରତୀୟ ଅର୍ଥନୀତି ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି । କର୍ମଚାରୀ ସଂଗଠନଗୁଡିକରୁ ଚଳିତ ବର୍ଷ ଡିଏ/ ଡିଆର ରିଲିଜ୍ ବିଷୟରେ କେତେ ରିପୋର୍ଟ ଗ୍ରହଣ କରାଯାଇଛି? ସରକାର ସେମାନଙ୍କ ବିରୋଧରେ କ’ଣ ପଦକ୍ଷେପ ନେଇଛନ୍ତି?
ଏହି ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, କରୋନା ଅବଧିରେ ଅର୍ଥନୀତିର ଅବସ୍ଥା ଭଲ ନ ଥିବାରୁ ଡିଏ / ଡିଆର ବନ୍ଦ ହୋଇଯାଇଥିଲା । ସେତେବେଳେ ସରକାରଙ୍କ ଉପରେ ଆର୍ôଥକ ଚାପ ରହିଥିଲା । ଏ ବାବଦରେଏନ୍‌ସିଜେସିଏମ୍ ସମେତ ବିଭିନ୍ନ କର୍ମଚାରୀ ସଂଗଠନରୁ ପ୍ରତିନିଧିତ୍ୱ ଗ୍ରହଣ କରାଯାଇଛି । ବର୍ତ୍ତମାନ ଉପରୋକ୍ତ ଭତ୍ତାର ବକେୟା ଅର୍ଥ ଦେବା ସମ୍ଭବ ନୁହେଁ ।
ସୂଚନାଯୋଗ୍ୟ, କରୋନା ଅବଧି ସମୟରେ, କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଦିଆଯାଇଥିବା ଦେୟକୁ ବନ୍ଦ କରି ୩୪,୪୦୨.୩୨ କୋଟି ଟଙ୍କା ସଞ୍ଚୟ କରିଥିଲେ । ଭାରତ ପେନ୍‌ସନ୍‌ଧାରୀ ସମାଜର ମହାସଚିବ ଏସସି ମହେଶ୍ୱରୀ ମଧ୍ୟ କରୋନା ଅବଧିରେ ବନ୍ଦ ହୋଇଥିବା ୧୮ ମାସର ବକେୟା ଛାଡ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଡିଏ ବକେୟା ପ୍ରସଙ୍ଗ ପୂର୍ବରୁ ଅନେକ ଥର ଉଠାଯାଇଥିଲା । ନ୍ୟାସନାଲ ଯୁଗ୍ମ କାଉନସିଲ୍ ଅଫ୍ ଆକ୍ସନ୍ସ(ଏନଜେସିଏ)ର ବରିଷ୍ଠ ସଦସ୍ୟ ତଥା ଅଲ ଇଣ୍ଡିଆ ପ୍ରତିରକ୍ଷା କର୍ମଚାରୀ ସଂଘ (ଏଆଇଡିଏଫ୍‌)ର ମହାସଚିବ ସି ଶ୍ରୀକୁମାର କହିଛନ୍ତି ପୁରୁଣା ପେନ୍‌ସନ୍ ପୁନରୁଦ୍ଧାର ତଥା ଅନ୍ୟାନ୍ୟ ଦାବି ସହିତ କର୍ମଚାରୀଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗ କ୍ରମାଗତ ଭାବରେ ଉଠାଯାଉଛି ।
କର୍ମଚାରୀମାନେ ୧୮ ମାସର ଡିଏ /ଡିଆର ଦେୟ ପାଇଁ ପ୍ରଦର୍ଶନ କରିଛନ୍ତି ଯାହା କରୋନା ଅବଧିରେ ଅଟକାଯାଇଥିଲା । କ୍ୟାବିନେଟ୍ ସଚିବଙ୍କୁ ‘ଷ୍ଟାଫ୍ ସାଇଡ୍‌’ ନ୍ୟାସନାଲ କାଉନସିଲ୍ (ଜେସିଏମ୍‌)ଙ୍କ ଦ୍ୱାରା ୧୮ ମାସର ଡିଏ ବକେୟା ଦେୟ ପାଇଁ ଲେଖାଯାଇଛି । ଏ ସମ୍ପର୍କରେ ଏକ ରିପୋର୍ଟ ଅର୍ଥ ମନ୍ତ୍ରଣାଳୟକୁ ମଧ୍ୟ ଦିଆଯାଇଛି । କର୍ମଚାରୀ ସଂଗଠନ ମଧ୍ୟ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କୁ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking