15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶସାମ୍ନାକୁ ଆସିଲା ଉମର ନବିର କଳା କାରନାମା

ସାମ୍ନାକୁ ଆସିଲା ଉମର ନବିର କଳା କାରନାମା

ନୂଆଦିଲ୍ଲୀ: ହାର୍ଟ ଅଫ୍ ଇଣ୍ଡିଆ ରାଜଧାନୀ ଦିଲ୍ଲୀ ସୋମବାର ସନ୍ଧ୍ୟାରେ ଥରି ଉଠିଥିଲା । ଲାଲକିଲ୍ଲାରେ ମେଟ୍ରୋ ଷ୍ଟେସନ ନିକଟରେ ଏକ ଆଇ-୨୦ କାର୍‌ରେଭୟଙ୍କର ବିସ୍ଫୋରଣ ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି । ପୁଲିସ୍ ମୁତାବକ ଏହି ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛି ଡାକ୍ତର ଉମର । ଧଳା କୋଟ୍ ପିନ୍ଧି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପଣ କରିଥିବା ମଣିଷର କଳା କାରନାମା ଆଜି ସମସ୍ତଙ୍କୁ ଚକିତ କରିଛି । ଦିଲ୍ଲୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଉମର ନବି ବିଷୟରେ ଏକ ଖବର ସାମ୍ନାକୁ ଆସିଛି । ରୋଗୀ ମୃତ୍ୟୁ ପାଇଁ ଚାକିରିରୁ ତଡ଼ା ଖାଇଥିଲା ଉମର ।

ବ୍ୟସ୍ତବହୁଳ ଲାଲକିଲ୍ଲାରେ ସୋମବାର ହୋଇଥିବା ଭୟଙ୍କର ବିସ୍ଫୋରଣ କେବଳ ଦିଲ୍ଲୀ ନୁହେଁ ଦେଶକୁ ଦୋହଲାଇ ଦେଇଛି । ବିସ୍ଫୋରଣ ଘଟାଇଥିବା କାର୍ କିଏ ଚଲାଉଥିଲା ? ସେ କିଏ ତାହା ଜାଣିବାକୁ ଟିଭି, ମେବାଇଲ ସ୍କ୍ରିନ ଉପରେ ସମସ୍ତଙ୍କ ନଜର ରହିଥିଲା । ଫ୍ୟାଶନେବଲ ହେୟାର କଟ୍, ଫ୍ରେଜ କଟ୍ ଦାଢି କଟା, ଆଖିରେ ଚଷମା । ଡାକ୍ତର ଉମର ନବିର ଏହି ଫଟୋ ଦେଖି କେହି ବିଶ୍ୱାସ କରିପାରୁନାହାନ୍ତି ଜଣେ ଡାକ୍ତର, ଯିଏ କି ଜୀବନ ବଞ୍ଚାଇବା କଥା ସେ ଏତେ ଜଣଙ୍କ ଜୀବନ ନେଲେ କିପରି ? ଏବେ ଉମର ବାବଦରେ ଏକ ଘଟଣା ସାମ୍ନାକୁ ଆସିଛି । ଫରିଦାବାଦ ପୂର୍ବରୁ ଜମ୍ମୁକାଶ୍ମୀର ହସ୍ପିଟାଲରେ ଉମର ଚାକିରି କରୁଥିଲା । ସେଠାରେ ରୋଗୀଙ୍କ ମୃତ୍ୟୁ ପାଇଁ ଚାକିରିରୁ ବହିଷ୍କାର ହୋଇଥିଲା । ଅବସରପ୍ରାପ୍ତ ମେଡିକାଲ ପ୍ରଫେସର ଡାକ୍ତର ଗୁଲାମ ଜିଲାନୀ ରମସୁ ନବି ସମ୍ପର୍କରେ ଏହି ସୂଚନା ଦେଇଛନ୍ତି । ନବିକୁ ଚାକିରିରୁ ବହିଷ୍କାର କରିଥିବା କମିଟିର ୪ ଜଣ ସଦସ୍ୟଙ୍କ ମଧ୍ୟରୁ ଗୁଲାମ ଜିଲାନୀ ଜଣେ ଥିଲେ । ଶ୍ରୀନଗରରୁ ଏମ୍ବିବିଏସ ଓ ଏମ୍ଡି କରିବା ପରେ ୨୦୨୩ରେ ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ନବି ସିନିଅର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲା । ଜିଲାନୀ ଜେନେରାଲ ଭେଷଜ ବିଭାଗରେ ନବିର ବରିଷ୍ଠ ଥିଲେ । ଉମର ନବି ବିରୋଧରେ ପାରାମେଡିକାଲ ଷ୍ଟାଫଙ୍କଠାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ରହିଥିଲା । ସେ ଅନେକ ସମୟରେ ହସ୍ପିଟାଲରେ ଅନୁପସ୍ଥିତ ରହୁଥିଲେ । ନବିର ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୪ ଜଣିଆ ବରିଷ୍ଠ ଡାକ୍ତରଙ୍କ ଏକ କମିଟି ଗଠନ କରାଯାଇଥିଲା । ତଦନ୍ତରୁ ନବି ଡ୍ୟୁଟିବେଳେ ଅନୁପସ୍ଥିତ ରହିବାର ପ୍ରମାଣ ମିଳିଥିବାବେଳେ କମିଟି ତାକୁ ଚାକିରିରୁ ବିଦା କରିବାକୁ ସୁପାରିସ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking