31.1 C
Bhubaneswar
Monday, October 21, 2024
Homeଓଡିଶାବଡ଼ ଖବର: ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ବଡ଼ ଖବର: ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ଗତିପଥ ଏବେ ବଦଳିଛି । ଏହି ବାତ୍ୟା ଓଡ଼ିଶାରେ ହିଁ ଲ୍ୟାଣ୍ଡଫଲ କରିବ । ଓଡ଼ିଶାକୁ ସିଧାସଳଖ ହିଟ କରିବ । ଉତ୍ତର ଓଡ଼ିଶାକୁ ବାତ୍ୟା ହିଟ କରିବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲକୁ ନେଇ ଆଇଏମଡି ନୂଆ ଗତିପଥ ଜାରି କରିଛି । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ବାତ୍ୟା ଭଦ୍ରକ ଓ କେନ୍ଦ୍ରାପଡ଼ା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି କୁହାଯାଇଛି ।

ଆଉ ବାତ୍ୟାର ଗତିପଥ ନେଇ ଆଇଏମଡି ଏବେ ନୂଆ ସୂଚନା ଦେଇଛି । ବାତ୍ୟା ଓଡ଼ିଶାକୁ ହିଟ କରିବା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାକୁ ହିଟ କରିବା ସମ୍ଭାବନା ରହିଛି । ପୁରୀ ଓ ସାଗୀ ଦ୍ୱୀପ ମଧ୍ୟରେ ଏହା କୂଳ ଛୁଇଁପାରେ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟା କୂଳ ଛୁଇଁବ । ଭୀଷଣ ବାତ୍ୟା ରୂପ ନେଇ ଏହା କୂଳ ଛୁଇଁପାରେ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିମି ଭିତରେ ରହିବ ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ଯେ, ୨୩, ୨୪, ୨୫ରେ ତିନି ଧରି ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାରେ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଇଛି । ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୩୦ରୁ ସେମିରୁ ଊର୍ଦ୍ଧ୍ବ ବର୍ଷା ସମ୍ଭାବନା ମଧ୍ୟ ରହିଛି। ବିଶେଷ କରି ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲାରେ ଅଧିକ ବର୍ଷା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking