18.1 C
Bhubaneswar
Thursday, February 5, 2026
Homeଓଡିଶାବଡ଼ ଖବର: ନୂଆଁଖାଇ ପାଇଁ ଆସନ୍ତାକାଲି ପୋଲିସଙ୍କୁ ମିଳିବ ଛୁଟି

ବଡ଼ ଖବର: ନୂଆଁଖାଇ ପାଇଁ ଆସନ୍ତାକାଲି ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସନ୍ତାକାଲି ପାଳିତ ହେବ । ଇଷ୍ଟଦେବୀଙ୍କ ପାଖରେ ପ୍ରଥମ ଅମଳ ଖାଦ୍ୟଶସ୍ୟ ଅର୍ପଣ କରାଯିବା ପରେ ପରିବାରର ସଦସ୍ୟଙ୍କ ସହିତ ନବାନ୍ନ ଭକ୍ଷଣ କରିଥା’ନ୍ତି । ନୂଆଖାଇ କେବଳ ଏକ ପର୍ବ ନୁହେଁ, ବରଂ ଏହା ପଶ୍ଚିମ ଓଡ଼ିଶାର ଲୋକମାନଙ୍କର ଏକ ସାଂସ୍କୃତିକ ଜୀବନଶୈଳୀ । ପଶ୍ଚିମ ଓଡ଼ିଶାର କଳାସଂସ୍କୃତି, ଭାଷା, ପରମ୍ପରା, ଚାଲିଚଳଣ ସହିତ ନୂଆଖାଇ ପର୍ବ ଜଡ଼ିତ । କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ। ଏସପି ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ଜିଲା ପୋଲିସ ମୁତୟନ ହେବେନି। ବିକଳ୍ପ ବ୍ୟବସ୍ଥା ସ୍ବରୁପ ପୋଲିସ ମୁଖ୍ୟାଳୟରୁ ଫୋର୍ସ ପହଞ୍ଚିବେ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ୍‍ ବନ୍ଦ୍‍ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିସହ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍‍ ସଂସ୍ଥାଗୁଡ଼ିକ ମଧ୍ୟ ବନ୍ଦ୍‍ ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ପୂର୍ବରୁ ରାଜ୍ୟ ସରକାର ସୋମବାର ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ନୂଆଖାଇ ପର୍ବ ଆସନ୍ତା ୮ ତାରିଖ ରବିବାର ଛୁଟି ଦିନରେ ପଡ଼ୁଥିବାରୁ ଆସନ୍ତ ୯ ତାରିଖ ସୋମବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking