28.1 C
Bhubaneswar
Thursday, July 4, 2024
Homeଓଡିଶାବଡ଼ ଖବର: ଏଥର ପୁରୀ ରଥଯାତ୍ରାରେ ଗଣତି ହେବେ ଭକ୍ତ

ବଡ଼ ଖବର: ଏଥର ପୁରୀ ରଥଯାତ୍ରାରେ ଗଣତି ହେବେ ଭକ୍ତ

ପୁରୀ: ରାଜ୍ୟରେ ସରକାର ବଦଳିବା ପରେ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନେଉଛନ୍ତି ନୂଆ ସରକାର । ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୪ ପାଇଁ ସରକାର ଏକ ବଡ଼ ଦାୟିତ୍ୱ ହାତକୁ ନେଇଛନ୍ତି । ମହାପ୍ରଭୁଙ୍କ ଏହି ଦିବ୍ୟ ଓ ଭବ୍ୟ ଯାତ୍ରାରେ ଏଥର କେତେ ଭକ୍ତଙ୍କ ସମାଗମ ହେବ ସେନେଇ ଗଣତି କରାଯିବ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀମତୀ ପରିଡ଼ା କହିଛନ୍ତି, ପୁରୀକୁ ସଂଯୋଗ କରୁଥିବା ତିନିଟି ମୁଖ୍ୟ ମାର୍ଗ (ଭୁବନେଶ୍ୱର-ପୁରୀ, କୋଣାର୍କ-ପୁରୀ ଓ ବ୍ରହ୍ମଗିରି-ପୁରୀ) ରାସ୍ତାରେ ଭକ୍ତଙ୍କ ଗଣତି ପାଇଁ ବ୍ୟବସ୍ଥା କରାଯିବ । ଏହି ତିନି ରାସ୍ତାରେ ଦେଇ ପୁରୀକୁ ଯାଉଥିବା ବସ୍‌, କାର, ଅଟୋ ଓ ବାଇକକୁ ଆଧାର କରି ଲୋକଙ୍କ ଗଣତି କରାଯିବ । ସେହିପରି ପୁରୀର ହୋଟେଲ, ଲଜ୍‌, ଧର୍ମଶାଳା, ମଠ ଗୁଡ଼ିକରେ ମଧ୍ୟ ଗଣତି କରାଯିବ । ପୁରୀକୁ ଟ୍ରେନ୍‌ରେ କେତେ ଭକ୍ତ ଆସିଛନ୍ତି ତାହା ମଧ୍ୟ ହିସାବକୁ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking