28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବଜେଟରେ ବନ୍ୟା ନିୟନ୍ତ୍ରଣ ପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା

ବଜେଟରେ ବନ୍ୟା ନିୟନ୍ତ୍ରଣ ପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ବଢ଼ାଇବା ଏବଂ ଜଳସେଚନ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ୧୧,୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗତବର୍ଷ ବନ୍ୟାରେ ହିମାଚଳପ୍ରଦେଶ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ପୁନଃନିର୍ମାଣ ଓ ପୁନର୍ବାସ ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ଉତ୍ତରାଖଣ୍ଡ ଏବଂ ସିକିମ୍‌ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବାରୁ ଏହି ୨ ରାଜ୍ୟକୁ ସହାୟତା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ବିହାର ଏବଂ ଆସାମ କ୍ରମାଗତ ଭାବେ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବାରୁ ବନ୍ୟା ନିୟନ୍ତ୍ରଣ ଭିତ୍ତିଭୂମି ନିର୍ମାଣ ସହ ବନ୍ୟା ପରିଚାଳନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକଳ୍ପ ଲାଗି ଆର୍ଥତ୍କ ସହାୟତା ଯୋଗାଇଦିଆଯିବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking