21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶହତ୍ୟା ମାମଲାରେ ମିଳିଲା ବଡ ସୁରାକ; ନାକଫୁଲ ଓ ଡାଏରୀ ଦେଲା ସନ୍ଦିଗ୍ଧ ସ୍ୱାମୀଙ୍କ ଠିକଣା

ହତ୍ୟା ମାମଲାରେ ମିଳିଲା ବଡ ସୁରାକ; ନାକଫୁଲ ଓ ଡାଏରୀ ଦେଲା ସନ୍ଦିଗ୍ଧ ସ୍ୱାମୀଙ୍କ ଠିକଣା

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୪୭ ବର୍ଷୀୟ ମହିଳାଙ୍କ ହତ୍ୟା ମାମଲାରେ ପୋଲିସ ଏକ ନାକଫୁଲ ଓ ଡାଏରୀର ସାହାଯ୍ୟରେ ମୁଖ୍ୟ ସନ୍ଦିଗ୍ଧ ଭାବେ ତାଙ୍କ ସ୍ୱାମୀଙ୍କୁ ଚିହ୍ନଟ କରିଛି। ଗତ ମାସରେ ଦିଲ୍ଲୀର ଏକ ଡ୍ରେନରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେହି ଜଣେ ଦୁର୍ବୃର୍ତ୍ତ ତାଙ୍କୁ ହତ୍ୟା କରି ବେଡ଼ସିଟ୍‌ରେ ଗୁଡାଇ ଏକ ପଥର ଓ ସିମେଣ୍ଟ ବସ୍ତା ସହ ବାନ୍ଧି ତାଙ୍କ ମୃତଦେହକୁ ଡ୍ରେନ ମଧ୍ୟକୁ ଫିଙ୍ଗି ଦେଇଥିଲା। ମହିଳାଙ୍କ ମୃତଦେହ ମିଳିବା ପରେ ପୋଲିସ ତଦନ୍ତର ପରିସର ବଢାଇଥିଲା। ତେବେ ମୃତଦେହ ନିକଟରୁ ମିଳିଥିବା ଏକ ନାକଫୁଲରୁ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିଲା। ଏହି ନାକଫୁଲରେ ଏହାକୁ ନିର୍ମାଣ କରିଥିବା ଜୁଏଲରର ନାମ ଥିବାରୁ ପୋଲିସ ଉକ୍ତ ଜୁଏଲାରିରେ ଯାଇ ପହଞ୍ଚିଥିଲା। ଦୋକାନରେ ଥିବା ବିଲ୍‌ ଅନୁସାରେ ଅନିଲ କୁମାର ନାମକ ଜଣେ ବ୍ୟକ୍ତି ଏହି ନାକଫୁଲ କିଣିଥିବା ପୋଲିସ ଜାଣିବାକୁ ପାଇଥିଲା।

ଅନିଲ ଦିଲ୍ଲୀର ଜଣେ ପ୍ରପର୍ଟି ଡିଲର ଭାବେ କାର୍ଯ୍ୟ କରନ୍ତି। ତଦନ୍ତକାରୀ ଦଳ ସନ୍ଧିଗ୍ଧ ଅନିଲ କୁମାରଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଞ୍ଚିଥିଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ସେଠାରେ ମୃତା ମହିଳାଙ୍କ ନାମ ସୀମା ସିଂହ ଓ ସେ ଅନିଲଙ୍କ ପତ୍ନୀ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଅନିଲଙ୍କୁ ଏନେଇ ଅଧିକ ପଚରାଉଚରା କରିବାରୁ ସେ ‘ସୀମା ଫୋନ୍‌ ନନେଇ ବୃନ୍ଦାବନ ଯାଇଛନ୍ତି’ ବୋଲି କହିଥିଲେ। ଯାହା ପୋଲିସର ସନ୍ଦେହକୁ ଆହୁରି ଅଧିକ ବଢ଼ାଇ ଦେଇଥିଲା। ଏହାପରେ ପୋଲିସ ଅନିଲଙ୍କ ଦ୍ୱାରକା ସେକ୍ଟର ସ୍ଥିତ ଅଫିସରେ ତଲାସି କରିବା ସମୟରେ ମିଳିଥିବା ଏକ ଡାଏରୀରେ ଥିବା ଏକ ଫୋନ୍‌ ନମ୍ବର ମାଧ୍ୟମରେ ମହିଳାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚିଥିଲେ। ସୀମାଙ୍କ ପରିବାରକୁ ଏ ସମ୍ପର୍କରେ ପଚାରିବାରୁ ସେ ସାମାଙ୍କ ସହ ମାର୍ଚ୍ଚ ୧୧ ତାରିଖରୁ କଥା ହୋଇନାହାନ୍ତି ବୋଲି କହିଥିଲେ। ଅନିଲଙ୍କୁ ସୀମାଙ୍କ ବିଷୟରେ ପଚାରିଲେ ସେ ଏମୁତେଣୁ କଥା କହି ତାଙ୍କ ନିକଟକୁ ଫୋନ ନକରିବାକୁ କହୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking