28.1 C
Bhubaneswar
Sunday, September 8, 2024
Homeଓଡିଶାଯୁବଗୋଷ୍ଠିଙ୍କ ପାଇଁ ବଡ଼ ଘୋଷଣା , ୧ କୋଟି ଯୁବକ ଯୁବତୀଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ, ମାସକୁ...

ଯୁବଗୋଷ୍ଠିଙ୍କ ପାଇଁ ବଡ଼ ଘୋଷଣା , ୧ କୋଟି ଯୁବକ ଯୁବତୀଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ, ମାସକୁ ମିଳିବ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ୍

ଭୁବନେଶ୍ୱର : ବଜେଟରେ ଆଉ ଏକ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୫ଶହ ଶୀର୍ଷ ଘରୋଇ କମ୍ପାନୀରେ ୧ କୋଟି ଯୁବକ ଯୁବତୀଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ମିଳିବ। ଏହାସହ ଯୁବଗୋଷ୍ଠୀଙ୍କୁ ମାସିକ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ୍ ଦିଆଯିବା ସହ ଏକକାଳୀନ ୬ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର। ଦେଶର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ତେବେ ଆସନ୍ତୁ ଜାଣିବା ସରକାର କେବେ ଦେବେ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍

୫ଶହ ଶୀର୍ଷ ଘରୋଇ କମ୍ପାନୀରେ ୧ କୋଟି ଯୁବକ ଯୁବତୀଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦିଆଯିବ । ଇଣ୍ଟର୍ଣ୍ଣସିପ୍ ସମୟରେ ମାସିକ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ୍, ଏକକାଳୀନ ୬ ହଜାର ଟଙ୍କାର ସହାୟତାମିଳିବ । ୧ ବର୍ଷ ପାଇଁ ଦିଆଯିବ ଇଣ୍ଟର୍ଣ୍ଣସିପ୍ । ଦେଶର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ହେବ ସହାୟକ । ୫ ବର୍ଷ ଧରି କାର୍ୟ୍ୟକାରୀ ହେବ ଯୋଜନା
ଇଣ୍ଟର୍ଣ୍ଣସିପ୍ ଖର୍ଚ୍ଚ ସିଏସଆର ପାଣ୍ଠିରୁ ଭରଣା କରିବେ କମ୍ପାନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking