23.1 C
Bhubaneswar
Monday, February 2, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବରର ସାମ୍ୱାଦିକଗଣ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବରର ସାମ୍ୱାଦିକଗଣ

ଭୁବନେଶ୍ୱର: ଭୁବନେଶ୍ବରର ବିଭିନ୍ନ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକଗଣ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରଥଯାତ୍ରା ସମୟରେ ସେମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଭୁବନେଶ୍ବରର ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକମାନଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୁରୀକୁ ନିଆଯାଇ ରଥଯାତ୍ରାର ରିପୋର୍ଟିଙ୍ଗ ପାଇଁ ବ୍ୟବସ୍ଥା କରାଯାଇଥାଏ । ତେବେ ଏ ବର୍ଷ ପୁରୀ ଠାରେ ସାମ୍ୱାଦିକମାେନ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ମେମୋରେଣ୍ଡମ୍‍ ଦେଇଥିଲେ । ଏ ସମ୍ପର୍କରେ ବିଚାର ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସାମ୍ୱାଦିକମାନଙ୍କୁ କହିଥିଲେ ।  ଏହି ଆଲୋଚନାରେ ବରିଷ୍ଠ ସାମ୍ୱାଦିକ ଶ୍ରୀ ସନତ ମିଶ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଭାଗବତ ତ୍ରିପାଠୀ, ପବିତ୍ର ମୋହନ ସାମନ୍ତରାୟ, ପାର୍ଥ ସାରଥୀ ଜେନା, କିଶୋର ମଙ୍ଗରାଜ, ଦେବକାନ୍ତ ମହାପାତ୍ର, ସ୍ୱରୂପ କୁମାର ମହାନ୍ତି, ଗଜେନ୍ଦ୍ରନାଥ ବେହେରା, ସନାତନ ଦଳବେହେରା, ସୁବୋଧ କାନୁନଗୋ, ସୂର୍ଯ୍ୟକାନ୍ତି ନାୟକ, ଦେବ ମହାନ୍ତି ଏବଂ ସ୍ୱଦେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking