17.1 C
Bhubaneswar
Tuesday, December 9, 2025
Homeଓଡିଶାଭୁବନେଶ୍ୱର : ଜାଣନ୍ତୁ କେଉଁ ରାସ୍ତାରେ ବନ୍ଦ ରହିବ ଗାଡି ଚଳାଚଳ

ଭୁବନେଶ୍ୱର : ଜାଣନ୍ତୁ କେଉଁ ରାସ୍ତାରେ ବନ୍ଦ ରହିବ ଗାଡି ଚଳାଚଳ

ଭୁବନେଶ୍ୱର : ପ୍ରବାସୀ  ଭାରତୀୟ ଦିବସ ସମ୍ମିଳନୀ  ପାଳନ ପାଇଁ  ଭୁବନେଶ୍ୱର ଆସୁଛନ୍ତି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଓ ପ୍ରଧାନମନ୍ତ୍ରୀ । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବେ। ପ୍ରବାସୀ ଭାରତୀୟ ଦିବସ ପାଇଁ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା ଜାରି ହୋଇଛି। ୩ ଦିନ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ। ଜାଣନ୍ତୁ ରାଜଧାନୀର ଟ୍ରାଫିକ କଟକଣା ବିଷୟରେ
– ଆଜି ସଂଧ୍ୟା ୭ଟା ୫୦ରୁ ୮ଟା ୨୦ ପର‌୍ୟ୍ୟନ୍ତ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ ରାସ୍ତା ବନ୍ଦ
– ଏଜି ଛକ, ରାଜଭବନ ଛକ ରାସ୍ତା ଆଜି ସଂଧ୍ୟାରେ ବନ୍ଦ ରହିବ
– ଆସନ୍ତାକାଲି ସକାଳ ୯ଟା ୩୦ରୁ ୧୦ ପର‌୍ୟ୍ୟନ୍ତ ମଧ୍ୟ କଟକଣା ଜାରି ହୋଇଛି
– ରାଜଭବନ ଛକ, ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ୍ ଛକ ରାସ୍ତା ବନ୍ଦ ରହିବ
– ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକରେ ଗାଡ଼ି ଚଳାଚଳ ବନ୍ଦ
– ଜାଭିୟର ଛକ ଓ ନାଲକୋ ଛକ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ ରହିବ
– ସକାଳ ୧୧ଟା ୩୦ରୁ ୧୨ ପର‌୍ୟ୍ୟନ୍ତ ନାଲକୋ ଛକ, ଜାଭିୟର ଛକ ରାସ୍ତା ବନ୍ଦ
– ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକରେ କଟକଣା
– ୧୨୦ ବାଟାଲିୟନ୍, ପାୱାର ହାଉସ୍ ଛକ, ରାଜଭବନ ଛକ ବାମମୋଡ଼ରେ ଗାଡ଼ି ଚଳାଚଳ ବନ୍ଦ
– ଏଜି ଛକ ଡାହାଣ ମୋଡ଼, ହସ୍ପିଟାଲ ଛକ, ଏୟାରପୋର୍ଟ ଛକରେ ଟ୍ରାଫିକ୍ କଟକଣା
– ଅପରାହ୍‌ଣ ୪ଟା ୨୦ରୁ ଅପରାହ୍ଣ ୪ଟା ୫୦ ମିନିଟ୍ ଯାଏଁ ଏୟାରପୋର୍ଟ ଛକ ରାସ୍ତା ବନ୍ଦ
– ହସ୍ପିଟାଲ ଛକ, ଏଜି ଛକ ବାମ ମୋଡ଼, ରାଜଭବନ ଛକରେ ଗାଡ଼ି ଚଳାଚଳ ବନ୍ଦ
– ୧୦ ତାରିଖ ସକାଳ ୧୧ଟାରୁ ୨୦ରୁ ୧୧ଟା ୫୦ ପର‌୍ୟ୍ୟନ୍ତ ରାଜଭବନ ଛକରେ କଟକଣା
– ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ୍ ଛକ, ଶାସ୍ତ୍ରୀ ନଗର ଛକ ରାସ୍ତା ବନ୍ଦ
– ବେହେରା ସାହି, ଜୟଦେବ ବିହାର, ଜାଭିୟର ଓ ନାଲକୋ ଛକରେ କଟକଣା
– ଦିନ ୪ଟା ୫୦ରୁ ୫ଟା ୨୫ ପର‌୍ୟ୍ୟନ୍ତ ନାଲକୋ, ଜାଭିୟର, ଜୟଦେବ ବିହାର ଛକ ରାସ୍ତା ବନ୍ଦ
– ବେହେରା ସାହି, ଶାସ୍ତ୍ରୀ ନଗର, ୧୨୦ ବାଟାଲିୟନ୍, ପାୱାର ହାଉସ୍ ଛକରେ ଗାଡ଼ି ଚଳାଚଳ ବନ୍ଦ
– ରାଜଭବନ ଛକ ବାମ ମୋଡ଼, ଏଜି ଛକ ଡାହାଣ ମୋଡ଼, ହସ୍ପିଟାଲ ଓ ଏୟାରପୋର୍ଟ ଛକରେ କଟକଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking