30.1 C
Bhubaneswar
Saturday, February 14, 2026
Homeଓଡିଶାମହାତ୍ମା ଗାନ୍ଧୀ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦ ଦେବା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା...

ମହାତ୍ମା ଗାନ୍ଧୀ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦ ଦେବା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଧାରଣା ଓ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର: କେନ୍ଦ୍ର ବିଜେପି ସରକାର ମହାତ୍ମା ଗାନ୍ଧୀ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦ ଦେବା ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟି ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଧାରଣା କାର୍ଯ୍ୟକ୍ରମ ସ୍ଥାନୀୟ ନାଲକୋ ଛକ ସ୍ଥିତ ମହାତ୍ମା ଗାନ୍ଧୀ ପାର୍କଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ଜେନା କହିଲେ ଯେ କେନ୍ଦ୍ର ସରକାର ଚକ୍ରାନ୍ତକରି ଉପରୋକ୍ତ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦ ଦେଇ ଭାରତର କୋଟି କୋଟି ଜନସାଧାରଣଙ୍କ ଭାବାବେଗ ପ୍ରତି ଆଘାତ ପହଞ୍ଚାଇଛନ୍ତି ଏବଂ ହିତାଧିକାରୀଙ୍କ ଅଧିକାରଙ୍କୁ ସଂକୁଚିତ କରିଛନ୍ତି । ଫଳରେ ଲାଭବାନ ହେଉଥିବା ଗରିବ ଲୋକମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଖୁବଶୀଘ୍ର ପୂର୍ନବିଚାର କରାଯାଇ ଏହି ଆଇନକୁ ପୂର୍ବଭଳି ଅକ୍ଷୁର୍ଣ୍ଣ ରଖିବାକୁ ଶ୍ରୀ ଜେନା ଦାବି କରିଥିଲେ । କାର୍ଯ୍ୟକ୍ରମ ପରେ ଶ୍ରୀ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏଡିଏମଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, କିଶୋର ଜେନା, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ରାଜକିଶୋର ବାରିକ, ପ୍ରଶାନ୍ତ ଚମ୍ପତ୍ତି, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ଆଲୋକ ମହାନ୍ତି, ସୂର୍ଯ୍ୟକାନ୍ତ ଜେନା, ପ୍ରଣତୀ ମିଶ୍ର, ଦେବରାଜ ମିଶ୍ର, ପ୍ରକାଶ ମିଶ୍ର, ଜାନକୀ ମଲ୍ଲିକ, ପ୍ରଭାତ ପ୍ରତାପ ସିଂ, ଚୈତାଳୀ ପଟ୍ଟନାୟକ, ମଂଟୁ ମଲ୍ଲିକ, ବ୍ରହ୍ମାନନ୍ଦ ସାହୁ, ଗୋପାଳ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking